Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ –କେନ୍ଦ୍ରସ୍ଥ ରବି ଓ ବୁଧ ଯୋଗୁ ଆଜିର ଆକସ୍ମିକ ଦୂରଯାତ୍ରା ସଙ୍ଗକୁ ବ୍ୟୟ ବହୁଳତା ମାନସିକ ଯନ୍ତ୍ରଣାର କାରଣ ହେବ । ପ୍ରତିବନ୍ଧକ କାରଣରୁ କାମଗୁଡିକ ସୁବିଧାରେ ନ ହେଉଥିବାରୁ ମନ ଭଲ ରହିବ ନାହିଁ ।

ବୃଷ– କର୍ମସ୍ଥ ଶନି ହେତୁ କୌଣସି ନୂଆଁ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ । ଯାନ ବାହନ. ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକନାରୁ ସୁଫଳ ମିଳିବ ।

ମିଥୁନ – ଆଜିର ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।

କର୍କଟ – ଆଜି କର୍ମସ୍ଥ ମଙ୍ଗଳ ପାପଗ୍ରହ ଦୃଷ୍ଟିରୁ ଘରୋଇ କାମ ସଙ୍ଗକୁ ଅପିସ୍ କାମର ଜଞ୍ଜାଳ ବଢିଯିବ, ଫଳରେ ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ ।

ସିଂହ – ରାଶ୍ୟାଧିପତିଙ୍କ ଶୁଭତ୍ୱରୁ ଟିକିଏ ଦୂର ସ୍ଥାନକୁ ଯିବା ପାଇଁ ମନସ୍ଥ କରିଥିବାରୁ ଅତ୍ୟାବଶ୍ୟକ କାର୍ଯ୍ୟ ସମାପନ କରିବାକୁ ବାଧ୍ୟ ହେବେ ।

କନ୍ୟା – ସ୍ୱାସ୍ଥ୍ୟ ଭଲ ରହିବା ସହ କୌଣସି ନୂତନ କର୍ମାରମ୍ଭ କରି ସୁଖୀ ହୋଇପାରନ୍ତି । ସାଂସ୍କୃତିକ, ସାମାଜିକ ଅନୁଷ୍ଠାନରେ ଅନ୍ୟମାନଙ୍କର ପ୍ରିୟଭାଜନ ହେବେ ।

ତୁଳା – ବହୁତ ଦିନ ହେଲା ଯେମିତି ଭାବୁଥିଲେ ଆଜି ଠିକ୍ ସେମିତି ସମ୍ପନ୍ନ କରିବାରେ କିଚି ଅସୁବିଧା ହୋଇଯିବ, କିନ୍ତୁ ମନ ଅସ୍ଥିର ରହିବ ।

ବିଛା – ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ ଅବଶ୍ୟ ବିଳମ୍ବିତ ସମୟରେ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ ଘଟିବ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଲେ ।

ଧନୁ – ଆଜି ଦିନଟିରେ ସବୁ ପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିିତି ସୃଷ୍ଟି କାମକୁ ସରସ ସୁନ୍ଦର କରିବ । କିନ୍ତୁ ଅଳସୁଆମି ପଣ ଓ କାଳକ୍ଷେପଣ ନୀତିରୁ ଦୂରେଇ ନ ରହିଲେ ସୁଯୋଗ ହରାଇବେ ।

ମକର – ବନ୍ଧୁ ମେଳରେ ଅଧିକାଂଶ ସମୟ ଅତିବାହିତକୁ ନେଇ ପରିବାରରେ ଯୁକ୍ତିର୍କର ସମ୍ମୁଖୀନ ହେବାକୁ ପଡିପାରେ । ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବ ।

କୁମ୍ଭ – ବନ୍ଧୁ ମେଳରେ ଅଧିକାଂଶ ସମୟ ଅତିବାହିତକୁ ନେଇ ପରିବାରରେ ଯୁକ୍ତିତର୍କରେ ସମ୍ମୁଖୀନ ହେବାକୁ ପଡିପାରେ । କିନ୍ତୁ ସନ୍ତାନଙ୍କ ଦାବିକୁ ଅଗ୍ରାହ୍ୟ କରି ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବ ।

ମୀନ – ଆଜି ହସ, ଖୁସୀ, ମଜା ମଉଜ ମଧ୍ୟରେ ଆପଣ ସମୟ ଅତିବାହିତ କରିବେ । ନିର୍ମାଣ କାମ ଧିମେଇ ଯିବ ଓ ଆବଶ୍ୟକତା ପୁରଣ ପାଇଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×