Quantum Mirror

ଚଳିତ ମାସ ଶେଷ ସୁଦ୍ଧା ପିସିସିର ସମସ୍ତ କମିଟିର ପୁନଃଗଠନ ହେବ

ଚଳିତ ମାସ ଶେଷ ସୁଦ୍ଧା ପିସିସିର ସମସ୍ତ କମିଟିର ପୁନଃଗଠନ ହେବ

ଭୁବନେଶ୍ୱର: ପୂର୍ବ ଥର ଅପେକ୍ଷା ଏଥର କମିଟିର ରୂପରେଖ ଛୋଟ ହେବ। ପୂର୍ବରୁ ହୋଇଥିବା ବଡ଼ କମିଟିର ମୂଲ୍ୟ କେହି ବୁଝିଲେ ନାହିଁ। ଆସନ୍ତା ଏକୋଇଶ ତାରିଖ ସମସ୍ତ ନବ ନିଯୁକ୍ତ ଜିଲା ସଭାପତି ମାନଙ୍କ ବୈଠକ ଡକାଯାଇଛି। ସେଥିରେ ପୁଙ୍ଖାନୁପୁଙ୍ଖ ଭାବରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଆଲୋଚନା ହେବ।
ବ୍ଲକ୍, ପଞ୍ଚାୟତ ଓ ବୁଥ୍ ସ୍ତରରେ କମିଟି ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇ ସାରିଛି ଓ ବୈଠକରେ ଏ ସମ୍ପର୍କରେ ଚର୍ଚା ହେବ। ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆମେ ଆସ୍ଥା ପ୍ରକଟ କରୁଛୁ। ଆଶା କରୁଛୁ ମିଳିମିଶି କାମ କଲେ ସଫଳ ହେବୁ ଵୋଲି କହିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଏଆଇସିସି ଇନ୍ ଚାର୍ଜ ଏ ଚେଲ୍ଲାକୁମାର ଚାରି ଦିନ ଧରି ଓଡିଶା ଗସ୍ତରେ ରହିବେ।

ସେ ବାଲେଶ୍ବର ଓ ତିର୍ତ୍ତୋଲ ଗସ୍ତ କରି ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେବେ। ଆସନ୍ତାକାଲି ଠାରୁ କଂଗ୍ରେସର ଷ୍ଟାର କ୍ଯାମ୍ପେନରମାନେ ଗସ୍ତ କରିବେ ବୋଲି କହିଲେ ପ୍ରଦୀପ ମାଝୀ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×