ଆତଙ୍କବାଦୀ ଆକ୍ରମଣ : ୩ ସୁରକ୍ଷାକର୍ମୀ ସହିଦ

ଆତଙ୍କବାଦୀ ଆକ୍ରମଣ : ୩ ସୁରକ୍ଷାକର୍ମୀ ସହିଦ

ଆଜି ଜମ୍ମୁ କାଶ୍ମୀରର ବାରାମୁଲା ଜିଲ୍ଲାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଜିଲ୍ଲାର କ୍ରେଇରୀ ଅଞ୍ଚଳରେ ଥିବା ସିଆରପିଏଫ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ  ଜଣେ ସ୍ପେଶାଲ ପୋଲିସ ଅଫିସର ଓ ଦୁଇଜଣ ସିଆରପିଏଫ ଜବାନ ସହିଦ ହୋଇଛନ୍ତି । ତେବେ ଆକ୍ରମଣ ପରେ ଆତଙ୍କବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରି ସର୍ଚ୍ଚ  ସର୍ଚ୍ଚ ଅପରେସନ କରିଛନ୍ତି। ଆଜି ସକାଳୁ ସକାଳୁ ଏହି କ୍ୟାମ୍ପ ଉପରକୁ କିଛି ଆତଙ୍କବାଦୀ ଗୁଳି ବର୍ଷଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ସୋମବାର ଆତଙ୍କବାଦୀମାନେ ବାରାମୁଲାର କ୍ରେଇରୀ ଅଞ୍ଚଳରେ ଥିବା ନାକା ପାର୍ଟିକୁ ଟାର୍ଗେଟ କରିଥିଲେ । ଆତଙ୍କବାଦୀମାନେ ଏହି ଆକ୍ରମଣ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ CRPF ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।