କଟକରେ ୮ ପୋଲିସ କର୍ମଚାରୀ କରୋନା ପଜିଟିଭ୍

କଟକରେ ୮ ପୋଲିସ କର୍ମଚାରୀ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି । ସେହିପରି କଟକରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କମିଶନରେଟ୍ ପୋଲିସକୁ ଏବେ କରୋନା ଚିନ୍ତା ଘାରିଛି ।

କଟକ କମିଶନରେଟ୍ ପୋଲିସରେ ପୁଣି ୮ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରେ ମୋଟ୍ ୪୨ ପୋଲିସ କର୍ମଚାରୀ ପଜିଟିଭ୍ ହୋଇଥିବା ଜଣାପଡିଛି । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀ କମିଶନରେଟ୍ ପୋଲିସର ବିଭିନ୍ନ ବାଟାଲିୟନର ବୋଲି କଟକ ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି ।