କରୋନା କଟକଣାରେ ପାଳନ ହେଉଛି ନୂଆଁଖାଇ

କରୋନା କଟକଣାରେ ପାଳନ ହେଉଛି ନୂଆଁଖାଇ

ଆଜି ପଶ୍ଚିମ ଓଡ଼ଶାର ଗଣପର୍ବ ନୂଆଁଖାଇ । ହେଲେ ଖାଁ ଖାଁ ଲାଗୁଛି ସହର ବଜାର । ନା ଶୁଭୁଛି ଢୋଲ ମାଦଲ, ନା ଆୟୋଜିତ ହେଉଛି ସାଂସ୍କୃତିକ ଭେଟଘାଟ୍ ମହୋତ୍ସବ । ଚଳିତବର୍ଷ କରୋନା କଟକଣା ଯୋଗୁ ଫିକା ପଡିଛି ଉତ୍ସବ । କୃଷି ହିଁ ମଣିଷର ଜୀବନ। କୃଷି ବିନା ଜୀବନ ଯେପରି ସମ୍ଭବ ନୁହେଁ, ପ୍ରକୃତିର ଉପଯୁକ୍ତ ସ˚ରକ୍ଷଣ ବିନା କୃଷି ସମ୍ଭବ ନୁହେଁ। ତେଣୁ ସେ ମୃତ୍ତିକା, ଜଳ, ବାୟୁ, ସୂର୍ଯ୍ୟ, ବୃକ୍ଷଲତା ଆଦିଙ୍କୁ ସମ୍ମାନ ଜଣାଇ ସ˚ପର୍କ ଯୋଡ଼ିଲା। ସେମାନଙ୍କ ସହଯୋଗରେ କୃଷିରେ ସମୃଦ୍ଧି ପାଇଁ ମଣିଷ ତା’ ପାଖରେ କୃତଜ୍ଞ ରହିଲା ଅନ୍ତରରୁ। ଆନ୍ତରିକ ଶ୍ରଦ୍ଧା, କୃତଜ୍ଞତା ହିଁ ପ୍ରକୃତ ପୂଜା। କ୍ଷେତରେ ନୂତନ ଧାନ ହେଲା ପରେ ତାକୁ ପୂଜା କରି ଭକ୍ଷଣ କରିବାର ପରମ୍ପରାରୁ ‘ନୂଆଁଖାଇ’ର ଜନ୍ମ। ପୃଥିବୀର ଯେଉଁଠାରେ ବି ମଣିଷ ପ୍ରଥମେ ନୂଆଁଖାଇ ପର୍ବ ପାଳନ କରିଥାଉ ହୁଏତ ତାହା ହିଁ ହୋଇଥିବା ସଭ୍ୟ ମଣିଷର ପ୍ରଥମ ପର୍ବ।

ଆଜି ପୂର୍ବାହ୍ନ ୯ଟା ୩୫ ମିନିଟ୍‌ରୁ ୯ଟା ୫୦ ମଧ୍ୟରେ ମା’ ସମଲାଇଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ । ପରେ ସେଠାକାର ସ୍ଥାନୀୟ ଲୋକେ ପରିବାର ସଦସ୍ୟଙ୍କ ସହ ଏକାଠି ହୋଇ ନୂଆ ଖାଇବେ । କୋଭିଡ୍ କଟକଣା ପାଇଁ ଚଳିତବର୍ଷ କେବଳ ସେବାୟତମାନେ ପୂଜା କରିବେ ।

ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ । ମା’ ସମଲାଇଙ୍କ ନବାନ୍ନ ଲାଗି ନୀତିକୁ ଭକ୍ତମାନେ ଅନଲାଇନରେ ଦେଖିବାର ସୁଯୋଗ ପାଇବେ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ସେଠାରେ ସଟଡାଉନ କଟକଣା ଅନ୍ୟସ୍ଥାନ ଅପେକ୍ଷା କୋହଳ କରାଯାଇଛି ।