ଖୁବଶୀଘ୍ର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତୀକୁ ରାଜଭବନ ଛକକୁ ସ୍ଥାନାନ୍ତରଣ କରାଯିବ

ଖୁବଶୀଘ୍ର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତୀକୁ ରାଜଭବନ ଛକକୁ ସ୍ଥାନାନ୍ତରଣ କରାଯିବ

ସ୍ମାର୍ଟ ସିଟି ତରଫରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନର ରାସ୍ତାକୁ ପ୍ରଶସ୍ତିକରଣ କରିବା ପାଇଁ ସଂସ୍କତି ବିଭାଗକୁ ଗତ ୬ ମାସ ତଳେ ଏକ ଚିଠି ଲେଖିଥିଲା ସ୍ମାର୍ଟ ସିଟି । ଶେଷରେ ସଂସ୍କତି ବିଭାଗ ଏଥିରେ ମୋହର ମାରିବା ସହ ଘୋଡାକୁ ବିକଳ୍ପ ଭାବେ ରାଜଭବନ ଛକ ନିକଟକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛି । ତେବେ ଏହି ପ୍ରକ୍ରିୟା ପାଇଁ ପାଖାପାଖି ଏକ ମାସ ସମୟ ଲାଗିବ । ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନ ଠାରେ ମଲଟି ମୋଡାଲ ହବ୍ ହେବା ନେଇ ଯୋଜନା ଥିବାରୁ ଏହାର ସ୍ଥାନାନ୍ତରଣ କରାଯିବା ଜରୁରୀ ବୋଲି କହିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦଶକ । କାରଣ ମଲଟି ମୋଡାଲ ହବ୍ ହେବା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ଘୋଡାର ଭିଜିବିଲିଟି କମିଯିବା ସହ ଏହି ସ୍ଥପତ୍ୟ ଲୁଚିଯିବାର ସମ୍ଭାବନା ଥିବାରୁ ଏହାକୁ ସ୍ଥାନାନ୍ତରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ସ୍ମାର୍ଟସିଟି ସିଇଓ ତଥା ବିଡିଏ ଉପାଧ୍ୟକ୍ଷ ସଂଞ୍ଜୟ ସିଂ।