ଗଞ୍ଜାମରେ କମୁଛି କରୋନା ସଂକ୍ରମଣ

ଗଞ୍ଜାମରେ କମୁଛି କରୋନା ସଂକ୍ରମଣ

ଗଞ୍ଜାମ ଜିଲ୍ଲାରେ କୋହଳ ହେବ କୋଭିଡ୍ କଟକଣା । ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଏମସି କମିଶନ । ଆଜି ୧୬୨ ପିଜିଟିଭ ଚିହ୍ନଟ ହୋଇଛନ୍ତି, ଆଗକୁ ଆହୁରି କମିବ । ୭ଦିନ ଭିତରେ ୨ଟି ବ୍ଲକରେ ଜିରୋ ଆକ୍ଟିଭ କେସ୍ ଦେଖିବାକୁ ମିଳିଛି । ସେହିପରି ଜିଲ୍ଲାରେ ଜିରୋ ଆକ୍ଟିଭ୍ କେସ୍ ଲକ୍ଷ୍ୟ ରଖାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ବିଏମସି କମିଶନର କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ କରୋନା କଟକଣା କୋହଳ କରାଯିବ । ସୋମବାରରୁ ଶୁକ୍ରବାର ଯାଏଁ କଟକଣାରେ କୋହଳ ହେବ । ଏହି ଦିନ ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସେପଟେ ଗଣେଶ ପୂଜା ସହ ବଡ଼ ଉତ୍ସବକୁ ବାରଣ କରାଯାଇଛି । ସର୍ବସାଧାରଣସ୍ଥାନରେ ଗଣେଶ ପୂଜା ମନା କରାଯାଇଛି ।

ସେହିପରି ଜିଲ୍ଲାପାଳ କହିଛନ୍ତି ଯେ, ଗଞ୍ଜାନରେ ଦୈନିକ ୧୦ ହଜାର ଟେଷ୍ଟିଂ ହେଉଛି । ଜିଲ୍ଲାରେ ସୁସ୍ଥ ହାର ୮୭ ପ୍ରତିଶତ ରହିଛି । ମିଶନ ଜିରୋ ଆକ୍ଟିଭ୍ କେସ୍ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ମୋଟ୍ ୪୨ଜଣଙ୍କୁ ପ୍ଲାଜମା ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।