ଜବତ ହେବ ଦାଉଦ ଇବ୍ରାହିମ, ମାସୁଦ ଅଜହର ଓ ହାଫିଜ ସଇଦଙ୍କ ସମ୍ପତ୍ତି

ଦାଉଦ ଇବ୍ରାହିମ , ମସୁଦ ଅଜହର ଓ ହାଫିଜ ସଇଦଙ୍କ ଉପରେ ଅଧିକ ପ୍ରତିବନ୍ଧକ ଲଗାଇଛି । ଏଥିସହ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିବା ସମେତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି ।

ଇସଲାମାବାଦ: ଆନ୍ତର୍ଜାତୀୟ ଆତଙ୍କବାଦ ଆର୍ଥିକ ମନିଟରିଂ ସଂଗଠନ ‘ଆର୍ଥିକ ଆକ୍ସନ ଟାସ୍କ ଫୋର୍ସ’ ର (FATF) ‘ଗ୍ରେ ଲିଷ୍ଟ’ ବାହାରକୁ ଆସିବାର ପ୍ରୟାସର ଏକ ଅଂଶ ଭାବରେ ପାକିସ୍ତାନର ୮୮ଟି ଆତଙ୍କବାଦୀ ସଂଗଠନ ଯଥା ଦାଉଦ ଇବ୍ରାହିମ ,ହାଫିଜ ସଇଦ(Hafiz Saeed) ଓ ମସୁଦ ଅଜହର(Masood Azhar)  ପ୍ରତିବନ୍ଧକ ଲଗାଇବା ସହ ସେମାନଙ୍କ ମାଳୀକାନ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛି । ଶନିବାର ଦିନ ଏକ ଖବରରେ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ ଏହି ଆତଙ୍କବାଦୀ ସଂଗଠନ ଓ ସେମାନଙ୍କ ମାଲିକଙ୍କ ସମସ୍ତ ସମ୍ପତ୍ତି ଜବତ କରିବା ସମେତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜୁନ୍ ୨୦୧୮ ରେ, ପ୍ୟାରିସ୍ ଭିତ୍ତିକ FATF ପାକିସ୍ତାନକୁ ‘ଗ୍ରେ ଲିଷ୍ଟ’ ରଖିଥିଲା ​ଓ ଇସଲାମାବାଦକୁ ୨୦୧୯ ଶେଷ ସୁଦ୍ଧା ଏହାର କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ କହିଥିଲା ​​କିନ୍ତୁ କୋଭିଡ -୧୯ ମହାମାରୀ ହେତୁ ସମୟସୀମା ବୃଦ୍ଧି କରାଯାଇଥିଲା ।