ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ପରନ୍ତୁ ମଧ୍ୟାହ୍ନ ପରେ ମନର ଦୃଢତାରେ ହ୍ରାସ ହେବ ଏବଂ ମନ ବିଚାରରେ ବୁଡ଼ି ରହିବ। ମାନସିକ ରୂପରେ ଚିନ୍ତିତ ରହିବେ। ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିପାରନ୍ତି। ଯଦି ସମ୍ଭବ ହୁଏ ତେବେ ଯାତ୍ରାକୁ ଟାଳି ଦିଅନ୍ତୁ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ମଧ୍ୟମ ଅଟେ। ମନର ଶାନ୍ତି ପାଇଁ ଆଧ୍ୟାତ୍ମ ହିଁ ଉତ୍ତମ ଉପାୟ ରହିବ।

ବୃଷ : ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ଅଟେ। ଆଜି ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କ ସହିତ ହୋଇଥିବା ସାକ୍ଷାତ ଆନନ୍ଦପ୍ରଦ ରହିବ। ଆଜି ଦିନର ଅଧିକାଂଶ ସମୟ ଧନ ସମ୍ବନ୍ଧିତ ଯୋଜନା ବନାଇବାରେ ସମୟ ବିତାଇବେ। ଆଜି ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ମନୋବଳରେ ସମ୍ପୂର୍ଣ୍ଣ କରିବେ ଏବଂ ସେଥିରେ ସଫଳତା ମଧ୍ୟ ମିଳିବ।  କଳାକାର ତଥା ଖେଳାଳିମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ଉତ୍ତମ ସମୟଅଟେ। ସରକାରଙ୍କ ତରଫରୁ ଲାଭ ହେବ।

ମିଥୁନ : ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ। ଆଜିର ଦିନ ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ସହଯୋଗରେ ଆନନ୍ଦମୟ ହେବ। ଉତ୍ତମ ଭୋଜନ ଏବଂ ବସ୍ତ୍ରର ସୁବିଧା ମଧ୍ୟ ଆପଣଙ୍କୁ ଆଜି ମିଳିବ। ମନରେ କୌଣସି ପ୍ରକାରର ନିଷେଧାତ୍ମକ ବିଚାରକୁ ପ୍ରବେଶ କରାଇବାକୁ ଦିଅନ୍ତୁ ନାହିଁ। ବ୍ୟବସାୟ ଏବଂ ବ୍ୟାପାରରେ ଅନୁକୂଳ ବାତାବରଣରେ ମନରେ ପ୍ରସନ୍ନତା ରହିବ। ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନଅଟେ। ବ୍ୟବସାୟ କରୁଥିବା ଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବ ଏବଂ ଚାକିରି ପେଶା ତଥା ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ପାଇବାର ଯୋଗ ଅଛି। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ।

କର୍କଟ : ଆର୍ଥିକ ଦୃଷ୍ଟିକୋଣରୁ ଆଜି ଆୟ ଅନୁଯାୟୀ ଖର୍ଚ୍ଚ ଅଧିକ ରହିବ। ଅଖିରେ ପୀଡ଼ା କାରଣରୁ ବ୍ୟଗ୍ରତା ବଢ଼ିପାରେ ଏବଂ ମାନସିକ ଚିନ୍ତା ମଧ୍ୟ ରହିବ। କାହା ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟୀ ଦିନ ଅଟେ। ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ। ମନରୁ ନକାରାତ୍ମକ ଭାବନା ଦୂରରେ ରଖିବେ। ଆଜି ଆପଣ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଭୁଲ ବୁଝାବଣା କାରଣରୁ ମନମାଳିନ୍ୟ ହୋଇପାରେ। ଧନ ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଭଲ ଭୋଜନ କରିବାର ଅବସର ମିଳିବ।

ସିଂହ : ଆପଣଙ୍କୁ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆନନ୍ଦପ୍ରଦ ଏବଂ ଲାଭପ୍ରଦ ସମାଚାର ମିଳିବ। ମିତ୍ରମାନଙ୍କ ମଧ୍ୟ ଶୁଭ ସମାଚାର ମିଳିବ। ଆୟରେ ବୃଦ୍ଧି ହେବ ତଥା ଧନଲାଭ ହେବ। ମଧ୍ୟାହ୍ନ ପରେ ଆପଣ ବାଣୀ ଏବଂ ବ୍ୟବହାରରେ ଭ୍ରାନ୍ତି ନହେଉ, ଏହାର ଅବଶ୍ୟ ଧ୍ୟାନ ରଖିବେ।  ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ପିତା ତଥା ଅଭିଭାବକଙ୍କର ସହଯୋଗ ପ୍ରାପ୍ତ ହେବ। ମନ ଆନନ୍ଦିତ ରହିବ। ଆଜି ଆପଣ ଅଧିକ ଭାବୁକ ରହିବେ। ମହିଳାମାନେ ସମ୍ଭାଳିକରି ବ୍ୟବହାର କରନ୍ତୁ।

କନ୍ୟା : ଆପଣଙ୍କ ଦିନ ଅନୁକୂଳ ରହିବ। ପରିଜନମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ପ୍ରେମପୂର୍ଣ୍ଣ ରହିବ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କଠାରୁ ଉପହାର ମିଳିବ। ବ୍ୟାବସାୟରେ ଉପର ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ। ଆପଣଙ୍କ ପ୍ରସନ୍ନତାରେ ମଧ୍ୟ ବୃଦ୍ଧି ହେବ। ବିବାହୋତ୍ସୁକମାନଙ୍କୁ ଅପେକ୍ଷିତ ଜୀବନସାଥୀ ମିଳିଯିବ। ମିତ୍ରମାନଙ୍କର ଲାଭ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ଚାକିରି ପେଶାଲୋକମାନଙ୍କୁ ନିଜ ଅଧୀନସ୍ଥ କର୍ମଚାରିମାନଙ୍କଠାରୁ ସଂଭାଳିକରି ରହିବାକୁ ହେବ। ନକାରାତ୍ମକ ବିଚାର ମନରେ ଆଣିବାକୁ ପ୍ରଶୟ ଦିଅନ୍ତୁ ନାହିଁ।

ତୁଳା : ଶାରୀରିକ ରୂପରେ ଶିଥିଲତା ଏବଂ ଆଲସ୍ୟ ରହିବ। ବ୍ୟବସାୟରେ ଆପଣଙ୍କ ନିକଟତର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ନାହିଁ। ସନ୍ତାନମାନଙ୍କ ସାଥିରେ ମଧ୍ୟ ମତଭେଦ ହୋଇପାରେ ପରନ୍ତୁ ମଧ୍ୟାହ୍ନ ପରେ କାର୍ଯ୍ୟାଳୟର ବାତାବରଣରେ ସୁଧାର ହେବ।  ସାମାଜିକ କ୍ଷେତ୍ରରେ ମଧ୍ୟ ମାନ-ସମ୍ମାନ ପ୍ରାପ୍ତ କରିବାର ପ୍ରସଙ୍ଗ ବନିବ। ଆପଣଙ୍କପାଇଁ ଆଜିର ଦିନ ଶୁଭଫଳଦାୟୀ ହେବ। ବିବିଧ କ୍ଷେତ୍ରରୁ ମିଳିବାକୁ ଥିବା ଲାଭରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ। ଆପଣଙ୍କ ଆୟରେ ବୃଦ୍ଧି ହେବ। ମିତ୍ରମାନଙ୍କ ପଛରେ ଖର୍ଚ୍ଚ ମଧ୍ୟ ହେବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ପ୍ରାପ୍ତ ହେବ। ରୁଚିକର ଭୋଜନ ପ୍ରାପ୍ତ ହେବ।

ବିଚ୍ଛା : ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଅନିଷ୍ଟ ବିଷୟଗୁଡ଼ିକରୁ ମୁକ୍ତି ପ୍ରାପ୍ତ କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ହୋଇପାରନ୍ତି। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାରେ ପରିସ୍ଥିତି ଅନୁକୂଳ ବନିବ।  ବ୍ୟବସାୟ ଉପରେ ବାତାବରଣ ଅନୁକୂଳ ହେବ। ଉଚ୍ଚ ଅଧିକାରୀଗଣ ପ୍ରସନ୍ନ ରହିବେ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରିରେ ପ୍ରମୋଶନ ମିଳିବ। ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ।

ଧନୁ : ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ନକାରାତ୍ମକ ବିଚାର ଆସିବ। ଏହା ମନକୁ ବ୍ୟଥିତ କରିବ। କ୍ରୋଧର ମାତ୍ରା ମଧ୍ୟ ବଢ଼ିପାରେ। ଆଧ୍ୟାତ୍ମିକତା ଆପଣକୁ ଶାନ୍ତି ପ୍ରଦାନ କରିବ। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ। ଶାରୀରିକ ରୂପରେ ଆଲସ୍ୟ ଅନୁଭବ କରିପାରନ୍ତି। ମନରେ ବ୍ୟଗ୍ରତା ରହିପାରେ। ବ୍ୟବସାୟ ରୂପରେ ବାଧା ଉପସ୍ଥିତ ହୋଇପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ବିରୋଧିମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ।

ମକର : କଥାବାର୍ତ୍ତା କରିବା ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖ-ଶାନ୍ତି ଏବଂ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। ମାନ ସମ୍ମାନ ମିଳିବାର ମଧ୍ୟ ସଂଭାବନା ଅଛି। ଆର୍ଥିକ ଲାଭ ହେବ। ବାହନସୁଖ ମିଳିବାରୁ ମନ ପ୍ରଫୁଲ୍ଲିତ ରହିବ। ମନୋରଞ୍ଜନ ସ୍ଥଳକୁ ଯାତ୍ରାକରି ମନକୁ ଆନନ୍ଦ ଦେବାକୁ ପ୍ରୟାସ ସଫଳ ରହିବ। ଆଜି ଆପଣଙ୍କପାଇଁ ଆକସ୍ମିକ ଧନ ଖର୍ଚ୍ଚର ଯୋଗ ଅଛି। ନକାରାତ୍ମକ ଭାବନାକୁ ସକାରାତ୍ମକତାରେ ଦୂର କରନ୍ତୁ। ବ୍ୟବସାୟ ସ୍ଥଳ ଉପରେ ଅନୁକୂଳତା ରହିବ। ଭାଗିଦାରୀ ସହିତ ମତଭେଦ ନ ହେଉ, ଏହାର ଧ୍ୟାନ ରଖିବେ। ସରକାରୀ କ୍ଷେତ୍ରରେ ଯୋଗ୍ୟତାର ଲାଭ ନେଇ ପାରିବେ।

କୁମ୍ଭ : କଳା ପ୍ରତି ଆଜି ଆପଣଙ୍କୁ ବିଶେଷ ଅଭିରୁଚୀ ରହିବ। ଖର୍ଚ୍ଚର ମାତ୍ରା ଆଜି ଅଧିକ ରହିବ। ସନ୍ତାନ ସମ୍ବନ୍ଧିତ ପ୍ରଶ୍ନ ଚିନ୍ତାରେ ପକାଇପାରେ। ପରନ୍ତୁ ମଧ୍ୟାହ୍ନ ପରେ ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଅସଂପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ। ଶାରୀରିକ ସ୍ଵାସ୍ଥ୍ୟରେ ସୁଧାର ହେବ। ଆର୍ଥିକ ଲାଭ ହେବ। ବ୍ୟବସାୟରେ କର୍ମଚାରିମାନଙ୍କର ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ। ପ୍ରତ୍ୟେକ କାର୍ଯ୍ୟ ମନୋବଳ ଏବଂ ଆତ୍ମବିଶ୍ଵାସରେ କରିବେ। ଭାଗିଦାରୀରେ ଲାଭ ହେବ।  ସାଙ୍ଗମାନଙ୍କ ସହିତ ବୁଲିବାକୁ ଯିବେ।  ବ୍ୟାପାରରେ ବୃଦ୍ଧି ହେବ।

ମୀନ : ଆଜି ଅଧିକ ଭାବନାଶୀଳ ନ ରହିବା ପାଇଁ ଉପଦେଶ। ଆଜି ବିଦ୍ୟାର୍ଥିମାନଙ୍କପାଇଁ ଲାଭକାରୀ ଦିନ ଅଟେ। ସମ୍ମାନ ଭଂଗ ନ ହେଉ ଏହାର ଧ୍ୟାନ ରଖିବେ। ଆଜିର ଦିନ ଶୁଭଫଳଦାୟୀ ଅଟେ। ମନୋବଳ ଏବଂ ଆତ୍ମବିଶ୍ଵାସ ଅଧିକ ରହିବ। ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ପରିବାରର ବାତାବରଣ ମଧ୍ୟ ଶାନ୍ତିପ୍ରଦ ରହିବ। ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ। ବ୍ୟବସାୟ ସ୍ଥଳରେ ସାଥିରେ କାମ କରୁଥିବା ଲୋକଙ୍କର ବ୍ୟବହାର ଆଜି ଭଲ ରହିବ।