ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ।ଆଜି କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ। ରହସ୍ୟମୟୀ କଥାଗୁଡ଼ିକରେ ଆଜି ଆପଣଙ୍କ ରୁଚି ରହିବ ତଥା ଗୂଢ ବିଦ୍ୟା ପ୍ରତି ଆକର୍ଷଣ ଅଧିକ ରହିବ।  ଯାତ୍ରାରେ ଅଣୋପେକ୍ଷିତ ବାଧା ଆସିପାରେ।

ବୃଷ : ଆଜିର ଦିନ ଶୁଭଫଳଦାୟୀ ଅଟେ। ଆଜି ଆପଣ ଶାରୀରିକ ରୂପରେ ସୁସ୍ଥ ରହିବେ।ଆକସ୍ମିକ ଧନ ଲାଭ ହେବ। ମାନସିକ ପ୍ରସନ୍ନତା ଅନୁଭବ ହେବ। ପରିବାରଜନ ତଥା ନିକଟ ଲୋକମାନଙ୍କ ସହିତ ଅଧିକ ସମୟ ବିତାଇବେ। ବିଦେଶରେ କିମ୍ବା ଦୂରରୁ ଭଲ ସମାଚାର ମିଳିବାର ଯୋଗ ଅଛି। ଦାମ୍ପତ୍ୟଜୀବନରେ ମଧୁରତା ଆସିବ।

ମିଥୁନ :  ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସୁଖମୟ ପ୍ରସଂଗ ବନିବ। ଖର୍ଚ୍ଚ ହେବ, କିନ୍ତୁ ତାହା ନିରର୍ଥକ ହେବ ନାହିଁ। ଆର୍ଥିକ ଲାଭର ସମ୍ଭାବନା ଅଛି। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ। ମହିଳା ମିତ୍ରମାନଙ୍କ ସହିତ ଭେଟ ହେବ। ରୋକିଥିବା କାମ ସଂପନ୍ନ ହେବ। କ୍ରୋଧର ମାତ୍ରା ଅଧିକ ରହିବ। ବ୍ୟର୍ଥ ଉଗ୍ରତା ଟାଳିବାକୁ ପ୍ରୟାସ କରନ୍ତୁ, ନଚେତ କାର୍ଯ୍ୟ ବିଗିଡ଼ି ପାରେ।

କର୍କଟ : ଆଜିର ଦିନ ଆପଣଙ୍କପାଇଁ ଟିକେ ସାବଧାନ ରହିବାକୁ ପଡ଼ିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗଡି ପାରେ। କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଉଚିତ ନୁହେଁ। ମାନସିକ ଅଶାନ୍ତି ଏବଂ ଉଦ୍ଵେଗ ଆପଣଙ୍କ ମନରେ ଛାଇ ରହିବ। ଖିନ୍ନତା ରହିବ। ପେଟର ଯନ୍ତ୍ରଣା, ବିଶେଷକରି ମନ୍ଦାଗ୍ନି, ଅଜୀର୍ଣ୍ଣ ପରି ଯନ୍ତ୍ରଣାଗୁଡ଼ିକରେ ଆପଣ ଚିନ୍ତିତ ରହିବେ।  ପ୍ରିୟପାତ୍ର ଆପଣଙ୍କର ହୃଦୟକୁ ଦୁଃଖ ପହଁଚାଇବା ପାରନ୍ତି କିମ୍ବା କଥା ନହୋଇ ପାରନ୍ତି। ଅଧିକ କାମୁକତା ଆପଣଙ୍କ ମାନଭଙ୍ଗର କାରଣ ନବନୁ ଏହାର ବିଶେଷ ଧ୍ୟାନ ରଖିବେ।

ସିଂହ : ଆପଣଙ୍କର ଦିନ ଶୁଭ ଫଳଦାୟୀ ନୁହେଁ। ପରିବାରଜନମାନଙ୍କ ସହିତ ଏପରି ଘଟଣା ହୋଇପାରେ ଯାହା ଆପଣଙ୍କ ହୃଦୟକୁ ଅସୁବିଧା ହେବ। ଆପଣ ଶାରୀରିକ ଏବଂ ମାନସିକ ରୁପରେ ସୁସ୍ଥ ରହିବେ। ମନ କିଛି ଅଧିକ ବ୍ୟଗ୍ର ରହିବ। ନକାରାତ୍ମକ ବିଚାର ଆପଣଙ୍କୁ ଚିନ୍ତିତ କରିବ। ମାତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବ।  ପାଣି ତଥା ମହିଳାମାନଙ୍କ ଠାରୁ ସମ୍ଭାଳିକରି ଚାଲିବେ। ସମୟାନୁସାରେ ଭୋଜନର ବ୍ୟବସ୍ଥା ହୋଇପାରିବ ନାହିଁ। ଚାକିରି କରୁଥିବା ଲୋକଙ୍କୁ ଚାକିରିରେ ଚିନ୍ତା ରହିବ। ଜମି, ସମ୍ପତ୍ତିର କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।

କନ୍ୟା : ଆଜି ଆପଣଙ୍କୁ କୌଣସି ମଧ୍ୟ କାର୍ଯ୍ୟରେ ବିନା ବୁଝି ବିଚାରି ଭାଗ ନେବାକୁ ମନା କରାଯାଉଛି। ସାଥିମାନଙ୍କ ସହିତ ଭଲ ଭାବରେ ସମୟ କଟିବ। ଭାବନାତ୍ମକ ସମ୍ବନ୍ଧରେ ଆପଣ ନରମ ହେବେ। ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ଭେଟ ହେବ।ଗୂଢ ତଥା ରହସ୍ୟମୟ ଆଧ୍ୟାତ୍ମିକ କଥାଗୁଡ଼ିକରେ ସିଦ୍ଧି ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ଆପଣ ସାମନା କରି ପାରିବେ।

ତୁଳା : ଆଜି ଆପଣଙ୍କ ମନ ଦ୍ୱନ୍ଦ୍ୱରେ ରହିବ। ନିର୍ଣ୍ଣୟ ନ ନେଇପାରିବାରୁ ପରିଣାମ ସ୍ଵରୂପ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ଆପଣଙ୍କପାଇଁ ହିତକର ନୁହେଁ।କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟରେ ଆଜି ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଆଜି ଆପଣ ସମ୍ବନ୍ଧରେ ଔପଚାରିକତା ରଖିବେ, ନ ହେଲେ ମନମାଳିନ୍ୟ ହେବାର ସମ୍ଭାବନା ଅଛି।  ଯାତ୍ରା ନ କରିବା ହିତକର। ଆର୍ଥିକ ଲାଭ ହେବ। ପରିବାରଜନମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ।

ବିଚ୍ଛା : ଆଜିର ଦିନ ସାଧାରଣତଃ ବିତିବ। ହୃଦୟ ଏବଂ ମନରେ ପ୍ରସନ୍ନତା ରହିବ ତଥା ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ଉତ୍ତମ ବୈବାହିକ ସୁଖ ଅନୁଭୂତି ହେବ। ପରିବାରଜନମାନଙ୍କ ସହିତ ଆନନ୍ଦ-ଉଲ୍ଲାସରେ ସମୟ କଟିବ। ମିତ୍ର ତଥା ସ୍ନେହୀଜନମାନଙ୍କଠାରୁ ଉପହାର ମିଳିବାରେ ମନ ଅତି ପ୍ରସନ୍ନ ହେବ। ପ୍ରିୟଜନମାନଙ୍କ ସହିତ ହୋଇଥିବା ଭେଟ ସଫଳ ରହିବ। ଶୁଭ ସମାଚାର ପ୍ରାପ୍ତି ହେବ।

ଧନୁ : ଆଜିର ଦିନ କିଛି କଷ୍ଟଦାୟକ ହେବ। ଟିକେ ସମ୍ଭାଳିକରି ଚାଲିବାକୁ ପଡ଼ିବ। ପରିବାରଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଙ୍ଗ ଉପସ୍ଥିତ ହେବ। ସ୍ଵଭାବରେ ଉଗ୍ରତା ତଥା ଆବେଶ ହେବାର କାରଣରୁ କୌଣସି ବିବାଦ ନ ହେଉ ଏହାର ବିଶେଷରୂପରେ ଧ୍ୟାନ ରଖିବେ। କୋର୍ଟ-କଚେରୀ କାର୍ଯ୍ୟରେ ସାବଧାନ ପୂର୍ବକ ପଦକ୍ଷେପ ଉଠାଇବେ। ବାଣୀ ଏବଂ ଆଚରଣରେ ନିୟନ୍ତ୍ରଣ ରଖିବେ। ଦୁର୍ଘଟଣା ପ୍ରତି ଧ୍ୟାନ ରଖିବେ। ଧନର କିଛି ଅଧିକ ବ୍ୟୟ ହେବ।

ମକର : ସାମାଜିକ କାର୍ଯ୍ୟଗୁଡ଼ିକରେ ଆପଣଙ୍କୁ ଲାଭ ହେବ। କାରଣ ବିବିଧ କ୍ଷେତ୍ରରୁ ଲାଭ ହେବାର ଆଜିର ଯୋଗ ଅଛି। ମିତ୍ର ତଥା ବନ୍ଧୁମାନଙ୍କ ସହିତ ହୋଇଥିବା ଭେଟ ଆପଣଙ୍କପାଇଁ ଲାଭଦାୟୀ ସିଦ୍ଧ ହେବ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନ ଉପରେ ଆଜି କମ ପ୍ରୟାସରେ ସଫଳତା ମିଳିପାରେ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ।  ଶୁଭ ପ୍ରସଙ୍ଗର ଆୟୋଜନ ହେବ। ସ୍ତ୍ରୀ ଏବଂ ପୁତ୍ରର ସହଯୋଗ ପ୍ରାପ୍ତ ହେବ। କୌଣସି ମଧ୍ୟ ବସ୍ତୁକୁ କିଣିବା ପାଇଁ ଆଜିର ଦିନ ଶୁଭ ଅଟେ।

କୁମ୍ଭ : ଆଜି ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥତି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। ଯାହା କି ଆପଣଙ୍କପାଇଁ ଆନନ୍ଦଦାୟୀ ରହିବ। କାର୍ଯ୍ୟାଳୟରେ ସହକର୍ମଚାରୀ ମଧ୍ୟ ଆପଣଙ୍କୁ ସହଯୋଗ କରିବେ।  ମିତ୍ରମାନଙ୍କ ଏବଂ ପରିବାରଜନମାନଙ୍କ ସହିତ ଆନନ୍ଦ ପୂର୍ବକ ଯାତ୍ରା କରି ପାରିବେ। ଆଜି ଦିନର କାର୍ଯ୍ୟ ସଂପନ୍ନ ହେବାରୁ ସରଳତା ଅନୁଭବ ହେବ ଏବଂ ସେହି କାର୍ଯ୍ୟରେ ଲାଭ ମଧ୍ୟ ହେବ।

ମୀନ : ଆଜି ଉଚ୍ଚ ଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ପାଟ ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ଶିଥିଲତା ଏବଂ ମାନସିକ ଚିନ୍ତା ରହିବ। ବୈଚାରିକ ସ୍ତରରେ ନକାରାତ୍ମକତାକୁ ଦୂର କରି ମାନସିକ ରୁପରେ ସୁସ୍ଥ ହେବାକୁ ପ୍ରୟାସ କରନ୍ତୁ। ଯାତ୍ରା ସଫଳ ମଧ୍ୟ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ସମ୍ଭବତଃ ଟାଳନ୍ତୁ।