ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: କର୍ମକ୍ଷେତ୍ରରେ କୌଣସି ହୃଦୟବାନ ବ୍ୟକ୍ତିଙ୍କ ସହାୟତାରୁ କାର‌୍ୟ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିବ । ଗୁରୁଜନଙ୍କ ପରାମର୍ଶରେ ସତ୍ ସଙ୍ଗ ଓ ଧର୍ମଚର୍ଚ୍ଛା ଦିଗକୁ ମନ ବଳାଇବେ ।

ବୃଷ: ବର୍ତ୍ତମାନର ପରିସ୍ଥିତିବଶତଃ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗି ରହିପାରେ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ମଧ୍ୟ ବଢିଯିବ ।

ମିଥୁନ:  ଦୀର୍ଘଦିନରୁ ଅଟକି ରହିଥିବା କାମକୁପୁରା ଦମ୍ ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ପରିଜନଙ୍କ ସହିତ ବିଳାସ ଓ ପ୍ରାଚୁର‌୍ୟ୍ୟ ମଧ୍ୟରେ ସମୟ ଅତିବାହିତ ହେବ ।

କର୍କଟ: ପରୋକ୍ଷଶତ୍ରୁତା ହେତୁ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହେବାକୁ ପଡିବ । ସମସ୍ୟା ଲାଗି ରହିବା କାରଣରୁ ଅନ୍ୟମନସ୍କ ରହି ବିଭିନ୍ନ ପ୍ରକାରର ସମସ୍ୟାକୁ ଡାକି ଆଣି ପାରନ୍ତି ।

ସିଂହ: କୌଣସି ନୂତନ କାମର ଯୋଜନା କରି ସଫଳତା ହାସଲ କରିବେ । ବନ୍ଧୁଙ୍କ ସହ ଆଲୋଚନା,ଖେଳ, ମଉଜ ମଜଲିସ୍ ରେ ସମୟ କଟାଇପାରନ୍ତି । ।

କନ୍ୟା: ଆଜି ଏକ ଭିନ୍ନ ପରିସ୍ଥିତିରେ ବାନ୍ଧବୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଜଣେ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ ।

ତୁଳା: କୌଣସି ବନ୍ଧୁଙ୍କ କାମରେ ବ୍ୟସ୍ତତା ବଢିଯାଇପାରେ କିନ୍ତୁ କୌଣସି ଅସୁବିଧା ହେବ ନାହିଁ । ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ ।

ବିଛା: ଖୁବ୍ କମ୍ ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ବ୍ୟସ୍ଥତା ଦୂର ହୋଇଯିବ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ।

ଧନୁ: ଆଜି ହଠାତ୍ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ ।

ମକର: ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ । ସାଧାରଣ କଥାରୁ ନିକଟ ସମ୍ପର୍କୀୟମାନଙ୍କ ସହ କଳହରେ ଲିପ୍ତ ରହିପାରନ୍ତି ।

କୁମ୍ଭ: ବାରମ୍ବାର ଚେଷ୍ଟା କରି ମଧ୍ୟ କାର‌୍ୟ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ । ଆଜି ଦିନଟିରେ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ ।

ମୀନ:  ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ମନ ଭଲ ରହି ନ ପାରେ । ଶିଳ୍ପ, ବାନୀଜ୍ୟ ଏବଂ କଳା, ସାହିତ୍ୟରେ ଉନ୍ନତି କରି ଖୁସୀ ମନାଇ ପାରନ୍ତି ।