ଟିମ୍ ଗଞ୍ଜାମ ଆସିବ ଖୋର୍ଦ୍ଧା,ସଂକ୍ରମଣରେ ଟପ୍‌ରେ ଖୋର୍ଦ୍ଧା ଜିଲ୍ଲା

ଟିମ୍ ଗଞ୍ଜାମ ଆସିବ ଖୋର୍ଦ୍ଧା,ସଂକ୍ରମଣରେ ଟପ୍‌ରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର ୦୨।୦୯: ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଗ୍ରାଫ୍‌ ବଢିବାରେ ଲାଗିଥିବା ବେଳେ ଗଞ୍ଜାମରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ।ଯାହାକୁ ନଜର ରଖି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।  ଗଞ୍ଜାମ ଯାଇଥିବା ସ୍ବତନ୍ତ୍ର ଟିମ୍ ଆସିବ ଖୋର୍ଦ୍ଧା ।

ଦୁଇ ଯୁବ ଆଇଏଏସଙ୍କୁ ଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଅସମ୍ଭାଳ ହୋଇଥିଲା  । ଗଞ୍ଜାମରେ କରୋନା ନିୟନ୍ତ୍ରଣକୁ ଆସିଥିଲା ।   ମୁଖ୍ୟ ଶାସନ ସଚିବ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।  ଏହି ଦୁଇ ଯୁବ ଆଇଏଏସ  ଅଧିକାରୀ ପାରୁଲ ପଟୱାରି ଏବଂ ବିଶାଲ ସିଂହଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର । ଏବେ ଏହି ଦୁଇ ଅଧିକାରୀଙ୍କୁ ଖୋର୍ଦ୍ଧାରେ ନିୟୋଜିତ କରିବାକୁ ଯୋଜନା କରାଯାଇଛି । ବିଶେଷ କରି ବିଏମସି ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏମାନେ କରୋନା ପରିଚାଳନାରେ ସାହାଯ୍ୟ ଓ ସହଯୋଗ କରିବେ ।