ଧୋନୀ ଓହ୍ଲାଇ ପାରନ୍ତି ରାଜନୀତିକୁ: ଅଫର ଦେଲା ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ ମଧ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତ

ଧୋନୀ ଓହ୍ଲାଇ ପାରନ୍ତି ରାଜନୀତିକୁ: ଅଫର ଦେଲା ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ ମଧ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତ

ଭାରତୀୟ କ୍ରିକେଟ ଟିମର ସୁପରଷ୍ଟାର ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୀରବତା ଅନେକ ସମୟରେ ଅଡୁଆରେ ପକେଇ ଦେଇଥାଏ | ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ହେଉଛି | ଆଗାମୀ ଭବିଷ୍ୟତରେ ଧୋନୀ ରାଜନୀତି ମଇଦାନରେ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି | ଝାରଖଣ୍ଡର ତମାମ ରାଜନୈତିକ ଦଳ ଧୋନୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି | ଧୋନୀଙ୍କ ହୋମ ଟାଉନ ରାଞ୍ଚିରେ ଅନେକ କଳ୍ପନା ଜଳ୍ପନା ହେଉଛି |