ମାସିକ ଋତୁସ୍ରାବ ମହିଳାମାନଙ୍କ ସ୍ୱାଭାବିକ ପ୍ରକ୍ରିୟା | ନିୟମିତ ମାସିକ ଋତୁସ୍ରାବ ସଂକେତ ଦେଇଥାଏ ଯେ ଶରୀରର ମହତ୍ଵପୁର୍ଣ ଅଙ୍ଗ ଠିକ କାମ କରୁଛି | ହର୍ମୋନ ସ୍ଥର ବଢିବା ଓ କମିବା ମାସିକ ଋତୁଚକ୍ରକୁ ନିୟନ୍ତ୍ରଣ କରିଥାଏ | ସମାନ ଅନ୍ତରାଳରେ ମାସିକ ଋତୁସ୍ରାବ ହେବା ସ୍ୱାଭାବିକ ବୋଲି କୁହାଯାଏ |
ଡାକ୍ତରଙ୍କ କହିବାନୁଯାୟୀ, ମାସିକ ଋତୁସ୍ରାବ ଅନିୟମିତତା ଚିନ୍ତାଜନକ ନୁହେଁ |ଏ ସମ୍ପର୍କରେ ମହିଳାମାନେ ଜାଣିବା ଆବଶ୍ୟକ | ଏହାର କିଛି କାରଣ ହୋଇଥାଇପାରେ |
ଓଭାରି ଶିଷ୍ଟ – ଓଭାରି ଶିଷ୍ଟ ଅନିୟମିତ ମାସିକ ଋତୁସ୍ରାବ ଏକ ବଡ କାରଣ | ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ପ୍ରଜନନ କ୍ଷମତା କମ ହେବାସହ ଜଡିତ | ଏଠାରେ ମହିଳାଙ୍କ ଶରୀର ପୁରୁଷ ହର୍ମୋନ ଉତ୍ପାଦନ ଆରମ୍ଭ କରିଥାଏ ଏବଂ ଏହାର ପରିଣାମ ସ୍ୱରୂପ ଅନିୟମିତ ଋତୁସ୍ରାବ ହୋଇଥାଏ | ଅସାମାନ୍ୟ କିମ୍ବା ଅଧିକ ସମୟ ଯାଏଁ ମାସିକ ଋତୁସ୍ରାବ ନ ହେଲେ ମୁହଁରେ ଏବଂ ଶରୀରରେ ଅତ୍ୟଧିକ ଚୁଟି ବିକାଶ ହୋଇଥାଏ, ଓଜନ ବଢିଥାଏ, ମୁହଁରେ ବ୍ରଣ ହୋଇଥାଏ, ତ୍ୱଚା ତେଲିଆ ହୋଇଥାଏ | ଏହିସବୁ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମର ଲକ୍ଷଣ | ଏହାର ଚିକିତ୍ସା କରାଇବା ଜରୁରୀ |
ଅଧିକ ଚିନ୍ତା ବା ଅବସାଦ ମାସିକ ଋତୁସ୍ରାବ ଚକ୍ରକୁ ଅନିୟମିତ କରିଥାଏ | ଅବସାଦ ଯୋଗୁଁ ଶରୀରରେ ହର୍ମୋନ ପ୍ରଭାବିତ ହୋଇଥାଏ | ସେଥିପାଇଁ ଅବସାଦର ପରିଚାଳନା କରିବା ଆବଶ୍ୟକ | ଏହା ନକଲେ ମହିଳାଙ୍କୁ ଅନେକ ଅସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ |
ଡାକ୍ତରଙ୍କ କହିବାନୁଯାୟୀ, ଅଧିକ ଓଜନ ବଢିବା ମହିଳାଙ୍କ ପାଇଁ ଅସ୍ୱାସ୍ଥ୍ୟକର | ଅତିରିକ୍ତ ଓଜନ କାରଣରୁ ହର୍ମୋନ ପ୍ରଭାବିତ ହୋଇଥାଏ | ଓଜନ ବଢିବା ଦ୍ୱାରା ଗର୍ଭ ଧାରଣରେ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ମାସିକ ଋତୁସ୍ରାବ ମଧ୍ୟ ଅନିୟମିତ ହୋଇଥାଏ | ଫଳରେ ମାସିକ ଋତୁସ୍ରାବ ବିଳମ୍ବ ହୋଇଥାଏ | ସେଥିପାଇଁ ନିଜକୁ ଫିଟ ରଖିବାକୁ ନିୟମିତ ବ୍ୟାୟାମ କରିବା ଉଚିତ |
ମହିଳା ବ୍ୟବହାର କରୁଥିବା ଗର୍ଭ ନିରୋଧକ ବଟିକା ମାସିକ ଋତୁଚକ୍ରକୁ ପ୍ରଭାବିତ କରିପାରନ୍ତି | ଏହି ବଟିକା ଅଣ୍ଡାସୟର ଅଣ୍ଡାକୁ ରିଲିଜ ହେବାରେ ରୋକିଥାଏ | ବେଳେବେଳେ ଆଣ୍ଟିଡେପ୍ରେସାଣ୍ଟର ସେବନ କରିବାରୁ ମାସିକ ଧର୍ମରେ ବିଳମ୍ବ ହୋଇଥାଏ | ଏହା ମଧ୍ୟ ଅନିୟମିତତାର କାରଣ ହୋଇପାରେ |
(ବି: ଦ୍ର : ଏହା ସାଧାରଣ ଟାହ୍ୟା ଉପରେ ଆଧାରିତ | କୌଣସି ସମସ୍ୟା ଥିଲେ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ | ବିଶେଷଜ୍ଞଙ୍କ ବିନା ପରାମର୍ଶରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ |)