ରାତିରେ ବଦଳି, ସକାଳୁ ବାତିଲ୍

ରାତିରେ ବଦଳି, ସକାଳୁ ବାତିଲ୍

କମିଶନରେଟ ପୋଲିସର ଅଦଳବଦଳ ନୀତିକୁ ଦେଖିଲେ ଲାଗୁଛି ଏଠାରେ ନିୟମ କାନୁନ ଅପେକ୍ଷା ଅଫିସରଙ୍କର ଅଧକ ଦବଦବା ରହିଛି । ବଦଳି ପ୍ରକ୍ରିୟାକୁ ନେଇ ସବୁବେଳେ ବିବାଦରେ ରହିଥିବା କମିଶନରେଟ ପୋଲିସରେ ଏଥର ଟିକେ ଅଧିକ ବିବାଦ ଘେରକୁ ଚାଲିଯାଇଛି । ଜଣେ ଥାନା ଅଧିକାରୀଙ୍କର ରାତିରେ ବଦଳି ହେବା ପରେ ମଧ୍ୟ ସକାଳୁ ତାହା ବାତିଲ ହୋଇ ଯାଇଥିବା ଦେଖିବାକ ୁ ମିଳିଛି । ସବୁଠୁ ବଡ କଥା ହେଉଛି ସେହି ଥାନା ଅଧିକାରୀ ଜଣଙ୍କ ଜଣେ ବଳାତ୍କାରୀ ଅଭିଯୁକ୍ତଙ୍କୁ ସହାୟତା କରିଥିବା ନେଇ ଅଭିଯୋଗ ଆସିଥିଲା । ଏପରିକି ଥାନା ଅଧିକାରୀଙ୍କ ବାର୍ତାଳାପର ଅଡ଼ିଓ ରେକଡିଙ୍ଗ୍ ମଧ୍ୟ ସୋଶିଆଲ ମିଡିଆରେ ଭାଇାରାଲ ହୋଇଥିଲା । ଏବେ ରାଜଧାନୀରେ ଉକ୍ତ ଥାନା ଅଧିକାରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତି ୨ ବର୍ଷରୁ ଅଧକ ସମୟ ଧରି କ୍ୟାପିଟାଲ ଥାନା ଅଧିକାରୀ ଭାବେ ଦାୟୀତ୍ୱ ତୁଲାଉଛନ୍ତି । ତେବେ ସୋମବାର କମିଶନରେଟ ପୋଲିସରେ ଇନଷ୍ପେକ୍ଟର ସ୍ତରରେ ଅଦଳବଦଳ ହୋଇଥିଲା । ଯେଉଁଥିରେ କ୍ୟାପିଟାଲ ଥାନା ସହ ଭୁବନେଶ୍ୱରର ପ୍ରାୟ ସମସ୍ତ ଥାନା ଅଧିକାରୀଙ୍କର ବଦଳି ହୋଇଥିଲା । କ୍ୟାପିଟାଲ ଥାନା ଅଧିକାରୀ ଚକ୍ରବର୍ତିଙ୍କୁ ଲକ୍ଷ୍ମୀସାଗର ଥାନାକୁ ବଦଳୀ କରାଯାଇଥିଲା । କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଇନଷ୍ପେକ୍ଟର ଭରତ ସାହୁଙ୍କୁ କ୍ୟାପିଟାଲ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯିବା ନେଇ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ମଙ୍ଗଳବାର ସକାଳୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଚକ୍ରବର୍ତିଙ୍କ ବଦଳିକୁ ବାତିଲ କରାଯାଇଥିଲା । କ୍ୟାପିଟାଲ ଥାନାକୁ ବଦଳି ହୋଇ ଆସିବାକୁ ଥିବା ଭରତ ସାହୁଙ୍କୁ ଲକ୍ଷ୍ମୀସାଗର ଥାନାକୁ ବଦଳି କରାଯାଇଥିଲା ।

ଓଡ଼ିଶାରେ ୪୦୦ରୁ ଅଧିକ ଥାନା ରହିଥିବା ବେଳେ ଗୋଟିଏ ଅଫିସରଙ୍କୁ ଗୋଟିଏ ଥାନାର ଅଧିକାରୀ ଭାବେ ଦୁଇ ଥର ନିଯୁକ୍ତି କରିବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ । ହେଲେ କମିଶନରେଟ ପୋଲିସରେ ଅଦଳବଦଳ ଏହି ସବୁ ନିୟମ କାମ କରୁ ନ ଥିବା ଭଳି ଲାଗୁଛି । ପୂର୍ବରୁ ଭରତ ସାହୁ ଲକ୍ଷ୍ମୀସାଗର ଥାନା ଅଧିକାରୀ ଭାବେ ଦାୟୀତ୍ୱ ତୁଲାଇଥିଲେ ମଧ୍ୟ ତାଙ୍କୁ ପୁନର୍ବାର ସେହି ଥାନାକୁ ବଦଳି କରାଯାଇଛି । ଜଣେ ଥାନା ଅଧିକାରୀ ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ କମିଶନରେଟ ପୋଲିସରେ ଏହି ନିୟମ କାର୍ଯ୍ୟ କରୁ ନ ଥିବା ଭଳି ମନେ ହୁଏ । ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଚକ୍ରବର୍ତି ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ନେଇ ଅଡ଼ିଓ ଭାଇରାଲ ହୋଇଥିଲା । ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ପୁରାଇ ଆର୍ମସ ଆକ୍ଟ ଲଙ୍କଜ୍ଞର କରିବାକୁ ଧମକ ଦେଉଥିବା ଉକ୍ତ ଭାଇରାଲ ଅଡ଼ିଓରେ ଶୁଣିବାକୁ ମିଳିଥିଲା । ସବୁ ପରେ ମଧ୍ୟ ଏଭଳି ବିବାଦରେ ଫସିଥିବା ଅଫିସରଙ୍କ ପ୍ରତି ଏତେ ଦରଦ କାହିଙ୍କି ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ବୁଦ୍ଧିଜୀବୀମାନଙ୍କ ମତ ଅନୁଯାୟୀ, ଗତ କିଛି ଦିନ ତଳେ କରୋନାକୁ ନେଇ ଏକ ଭିଡିଓ ଭାରରାଲ ହୋଇଥିଲା । ଯାହାକୁ ଏକ ଘରୋଇ ଟିଭି ଚ୍ୟାନେଲ ପ୍ରସାରଣ କରିଥିଲା । ଏହି ଘଟଣାରେ କ୍ୟାପିଟାଲ ଥାନା ଏକ ମାମଲା ରୂୁଜୁ କରିବା ସହ ଭାଇରାଲ କରିଥିବା ଦୁଇ ଯୁବକଙ୍କୁ ୁଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିସହିତ ଉକ୍ତ ଚ୍ୟାନେଲକୁ ନୋଟିସ୍ କରିଥିଲା ପୋଲିସ । ଏପରିକି ରାତି ଅଧରେ ଚକ୍ରବର୍ତିଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଚ୍ୟାନେଲ ଅଫିସରେ ଚଢାଉ ମଧ୍ୟ କରିଥିଲା । ତେବେ ଏସବୁ ରାଜ୍ୟ ସରକାର ଏବଂ ବିଏମ୍‌ସିକୁ ସୁହାଇବା ଭଳି କରିଥିବାରୁ ଚକ୍ରବର୍ତିଙ୍କ କଥା ରଖା ଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଚକ୍ରବର୍ତିଙ୍କ ବଦଳି ହେବା ପରେ ମଧ୍ୟ ସେ ଦୃଢତାର ଏଠାରୁ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଏବଂ ପରେ ତାହା ପୁରା ମଧ୍ୟ କଲେ । ଏପରି ସ୍ଥଳେ ଚକ୍ରବର୍ତି ଏପରି କି ଚକ୍ରବ୍ୟୁହ ରଚିଲେ ଯେଉଁଥିପାଇଁ ତାଙ୍କର ବଦଳି ବାତିଲ ହୋଇଗଲା ତାକୁ ନେଇ ଅନ୍ୟ ପୋଲିସ ଅଫିସରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରି ସ୍ଥଳେ ଚକ୍ରବର୍ତିଙ୍କ ହାତ କେତେ ବାଟ ଯାଏ ଲମ୍ବିଛି ତାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଗଲାଣି ।