୯ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ନୀତିନ ଗଡ଼କରୀ

୯ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ନୀତିନ ଗଡ଼କରୀ

ନୁଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ତ୍ରିପୁରାରେ ୯ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ। ଏହି ରାଜପଥଗୁଡ଼ିକର ମୋଟ୍ ଦୈର୍ଘ୍ୟ ହେଉଛି ୨୬୨ କିଲୋମିଟର। ଏହି ରାଜପଥଗୁଡ଼ିକ ନିର୍ମାଣ ହେବା ସହ ତ୍ରିପୁରାର ପଡ଼ୋଶୀ ରାଜ୍ୟ ଓ ବାଙ୍ଗଲାଦେଶ ସହ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ। ତାଛଡ଼ା ଏହା ରାଜ୍ୟରେ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ଏହି ରାଜପଥଗୁଡ଼ିକର ନିର୍ମାଣ ହେବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନିରାପଦ ତଥା ଦ୍ରୁତ ଗମନାଗମନ ସୁବିଧା ମିଳିପାରିବ। ତ୍ରିପୁରାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଐତିହାସିକ ସ୍ଥଳୀ ଓ ଧାର୍ମିକ ସ୍ଥଳୀକୁ ଏଗୁଡ଼ିକ ସଂଯୋଗ କରିବ। ତାଛଡ଼ା ଏହା ମଧ୍ୟ ବହୁ ସଂଖ୍ୟାରେ ଲୋକମାନଙ୍କୁ କର୍ମନିଯୁକ୍ତି ଯୋଗାଇବାରେ ସହାୟକ ହେବ ଓ ଅଞ୍ଚଳର ଶ୍ରମିକମାନଙ୍କୁ ଆତ୍ମନିଯୁକ୍ତି ମିଳିପାରିବ।