ଆସନ୍ତା କାଲି ପ୍ରକାଶ ପାଇବ ରାଜ୍ୟର ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ

ଆସନ୍ତା କାଲି ପ୍ରକାଶ ପାଇବ ରାଜ୍ୟର ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ

ପଚିଶି ହଜାର ଛାତ୍ରଛାତ୍ରୀଙ୍କ ଅପେକ୍ଷାରର ଅନ୍ତ ହେବାକୁ ଯାଉଛି । ୧୯ ତାରିଖ ବୁଧବାର ଦିନ ଦିନ ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଉଚ୍ଚ ଶିକ୍ଷା ପରିଷଦ ପରିସରରେ ପୂର୍ବାହ୍ନ ୧୧ଟା ସମୟରେ ବିଧିବଦ୍ଧ ଭାବେ ଫଳ ଉନ୍ମୋଚନ ହେବ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉନ୍ମୋଚନ କରିବା ପରେ ସି.ଏଚ.ଏସ.ଇ. (CHSE) ୱେବସାଇଟରେ ଏହା ଉପଲବ୍ଧ ହେବ। www.odisharesults.nic.in ରେ ଫଳ ପ୍ରକାଶିତ ହେବ। ଛାତ୍ରଛାତ୍ରୀମାନେ ନିଜ ରୋଲ ନମ୍ବର ସହ ରେଜିଷ୍ଟ୍ରେସନ ନମ୍ବର ଦେଇ ଦେଖିପାରିବେ ରେଜଲ୍ଟ । କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ପରୀକ୍ଷା ଆୟୋଜନ ଓ ଖାତା ଦେଖାରେ ଅନେକ ବ୍ୟାଘାତ ସୃଷ୍ଟି ହୋଇଥିଲେ ବି ସଠିକ ସମୟରେ ଫଳ ପ୍ରକାଶ କରିବା ପାଇଁ ସରକାରଙ୍କ ଲକ୍ଷ ପୂରଣ ହେବାକୁ ଯାଉଛି ।

‘‘ବିଜ୍ଞାନ ଫଳ ଯେମିତି ପ୍ରକାଶ ହୋଇଥିଲା ସେହି ସମାନ ଢଙ୍ଗରେ ବାଣିଜ୍ୟ ରେଜଲ୍ଟ ବି ପ୍ରକାଶ କରାଯିବ। ପୂର୍ବରୁ କୁହାଯାଇଥିଲା ଯେ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ବିଷୟର ଫଳ ପ୍ରକାଶ ପାଇବ। ପ୍ରସ୍ତୁତି ଶେଷ ହୋଇଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଚଳିତ ବର୍ଷ ଯୁକ୍ତ୨ ବାଣିଜ୍ୟରେ ୨୫,୭୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟର ମୋଟ ୧,୧୪୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ମାର୍ଚ୍ଚ ୨୮ରେ ପରୀକ୍ଷା ଶେଷ ହେବାକୁ ଥିବା ବେଳେ ୨୧ ତାରିଖରୁ କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ବାତିଲ କରାଯାଇଥିଲା। ବାଣିଜ୍ୟରେ ଛଅଟି ବିଷୟର ପରୀକ୍ଷା ବାତିଲ ହୋଇଥିଲା । କଷ୍ଟ ଆକାଉଣ୍ଟାନ୍ସି, ବିଜନେସ ଷ୍ଟଡିଜ୍‌, ଏଫ.ଏମ.ଏ., କମ୍ପୁଟର ଆପ୍ଲିକେସନ, ଇକୋନୋମିକ୍ସ, ଷ୍ଟାଟିଷ୍ଟିକସ ବିଷୟର ପରୀକ୍ଷା ।

ଜୁନ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା, ହେଲେ ବାଣିଜ୍ୟ ବିଭାଗର ଖାତା ମୂଲ୍ୟାୟନରେ ବିଳମ୍ବ ହୋଇଥିଲା। ସେଇଥି ପାଇଁ ଚଳିତ ବର୍ଷ ରେଜଲ୍ଟ ପ୍ରକାଶନରେ ମଧ୍ୟ ବିଳମ୍ବ ହୋଇଛି । ବାତିଲ୍‌ ହୋଇଥିବା ପରୀକ୍ଷାର ବିଷୟ ଗୁଡିକୁ ଆଭରେଜ ମାର୍କିଂ କରାଯାଇ ଫଳ ପ୍ରକାଶ କରିବାକୁ ନିଷ୍ପତି ନେଇଥିଲା ସି.ଏଚ.ଏସ.ଇ. । ଏ ଥର ପରୀକ୍ଷା ଦେଇଥିବା ଯେକୌଣସି ତିନିଟି ବିଷୟରେ ଥିବା ସର୍ବୋଚ୍ଚ ନମ୍ବରକୁ ଆଧାର କରି ବାକି ବିଷୟରେ ମାର୍କିଂ ହୋଇଛି।