କର୍ଣ୍ଣାଟକରେ ମିଳିବ ମାଗଣାରେ ଭ୍ୟାକସିନ

କର୍ଣ୍ଣାଟକରେ ମିଳିବ ମାଗଣାରେ ଭ୍ୟାକସିନ

ବେଙ୍ଗାଲୁରୁ ୨୬/୦୪ : କର୍ଣ୍ଣାଟକରେ ୧୮–୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମିଳିବ ମାଗଣା ଭ୍ୟାକସିନ୍‌ । ଏ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା । ଟ୍ବିଟ୍‌ କରି ୟେଦିୟୁରପ୍ପା କହିଛନ୍ତି, ‘ ସମସ୍ତ ଟିକାକରଣ କେନ୍ଦ୍ରରେ ଭ୍ୟାକସିନ୍‌ ଉପଲବ୍ଧ ହେବ ଏବଂ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ମାଗଣାରେ ଭ୍ୟାକସିନ ଦିଆଯିବ । ଯେଉଁମାନେ ଟିକା ନେବାକୁ ଅଛି ସେମାନେ ଆସନ୍ତା ବୁଧବାର ଠାରୁ ପଞ୍ଜିକରଣ କରିପାରିବେ।’