ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ, ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ, ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ଦୂତୀଙ୍କ ନାମ ଉପରେ ମୋହର ମାରିଛନ୍ତି କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରଣାଳୟ। ଦୂତୀଙ୍କ ନାମକୁ ମନୋନୀତ କରିଛି ମନ୍ତ୍ରଣାଳୟ। ଦୂତୀଙ୍କ ସହିତ ୨୭ ଜଣଙ୍କ ନାମକୁ ମନୋନୀତ କରିଛି କ୍ରୀଡ଼ା ମନ୍ତ୍ରଣାଳୟ।ସେହିପରି ଖେଳରତ୍ନ ପୁରସ୍କାର ପାଇଁ କ୍ରିକେଟର ରୋହିତ ଶର୍ମାଙ୍କ ନାମକୁ ମନୋନୀତ କରିଛି ମନ୍ତ୍ରଣାଳୟ।

ସେହିପରି ରୋହିତ ଗାନ୍ଧୀ ଖେଳରତ୍ନ ପାଇଁ ରୋହିତଙ୍କ ସହିତ ୫ ଜଣ ପାଇବେ ଖେଳରତ୍ନ ପୁରସ୍କାର। ରୋହିତ ଶର୍ମାଙ୍କ ସହିତ ପାରା ଅଲମ୍ପିଆନ ମରିୟାପ୍ପାନ ଟି., ଟିଟି ଖେଳାଳି ମନିକା ବାତ୍ରା, ମହିଳା ହକି ତାରକା ରାଣୀ ପାଲ, ରେସଲର ବିନେଶ। ସେହିପରି ଆଜୀବନ ବର୍ଗରେ ୮ ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟା ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଚଳିତ ବର୍ଷ ମୋଟ ୨୭ ଜଣଙ୍କୁ ମିଳିବ ଅର୍ଜୁନ ପୁରସ୍କାର।

ଆଥଲେଟିକରେ ଦୂତୀ ଚାନ୍ଦଙ୍କ ସହିତ କ୍ରିକେଟର ଈଶାନ୍ତ ଶର୍ମା, ଦିପ୍ତୀ ଶର୍ମା, ହକିରେ ଆକାଶ ଦୀପ ସିଂହ ଓ ଦୀପିକା, ତୀରନ୍ଦାଜୀରେ ଅତନୁ ଦାସ, ବ୍ୟାଡ଼ମିଣ୍ଟନରେ ସାତ୍ତ୍ୱିକ ସାଇରାଜ, ଚିରାଗ ଚନ୍ଦ୍ରଶେଖରଙ୍କୁ ମିଳିବ ଅର୍ଜୁନ ପୁରସ୍କାର। ତେବେ ଜୀ ଓଡ଼ିଶାକୁ ସାକ୍ଷାତକାର ଦେଇ ନିଜର ଖୁସି ବ୍ୟକ୍ତି କରିଛନ୍ତି ଦୂତୀ ଚାନ୍ଦ। ଆସନ୍ତା ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସରେ ତାଙ୍କୁ ଏହି ପୁରସ୍କାର ମିଳିବ।