ପୁରୀର ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ରେ କରାଯାଇଛି ମୋ ବିଚ ଯୋଗ

ପୁରୀର ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ରେ କରାଯାଇଛି ମୋ ବିଚ ଯୋଗ

ପୁରୀ: କୋଭିଡକୁ ପରାସ୍ତ କରି ସୁସ୍ଥ ହୋଇଥିବା ଯୋଦ୍ଧା ମାନଙ୍କୁ ନେଇ ପୁରୀର ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ରେ କରାଯାଇଛି ମୋ ବିଚ ଯୋଗ । ସାମୁହିକ ଭାବରେ ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କରିଛି ଜିଲ୍ଲା ପ୍ରଶାସନ। ଅନ୍ୟ ଆକ୍ରାନ୍ତ ମାନଙ୍କୁ ସାହସ ଯୋଗାଇବା ସହ ଯୋଦ୍ଧାଙ୍କ ମନୋବଳ ବଢ଼େଇବା ପାଇଁ ସାହାଯ୍ୟ କରିବ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେବାୟତ ଓ ସରକାରୀ କର୍ମଚାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଛନ୍ତି।ଦୁଇ ଦିନ ଧରି ଏହି ଯୋଗ କାର୍ଯ୍ୟକ୍ରମ କରାଯିବ।200 ରୁ ଅଧିକ ଅଂଶଗ୍ରହଣ କରିବାକୁ ଥିବାବେଳେ କୋଭିଡ କଟକଣା ଅନୁଯାୟୀ ସାମାଜିକ ଦୁରତ୍ୱ ରକ୍ଷା ପାଇଁ 800 ମିଟର ଲମ୍ବ ବ୍ଲୁ ଫ୍ଲାଗ ବିଚରେ 8ଟି ପ୍ଲାଟଫର୍ମ କରାଯାଇଛି।ତେବେ ଆଗାମୀ ଦିନରେ ଖାଲି ପୁରୀ ବିଚ୍ ନୁହେଁ ଜିଲ୍ଲାର ସମସ୍ତ ବିଚ୍ ରେ ଏହିଭଳି କାର୍ଯ୍ୟକ୍ରମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ କରୋନା ପାଇଁ ଭାକ୍ସିନ ନୁହେଁ ଯୋଗ ହିଁ ଏକମାତ୍ର ସୁସ୍ଥ ଓ ସୁରକ୍ଷିତ ରଖିପାରିବ ବୋଲି କହିଛନ୍ତି ଯୋଗ ପ୍ରଶିକ୍ଷକ । ସେପଟେ ଏଭଳି ଯୋଗରେ କରୋନା ଯୋଦ୍ଧାଙ୍କୁ ସାମିଲ କରିବା ନିହାତି ମନୋବଳ ବୃଦ୍ଧି କରିପାରିବ ବୋଲି କହିଛନ୍ତି କୋଭିଡ ଯୋଦ୍ଧା ।

କୋଭିଡକୁ ପରାସ୍ତ କରି ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ । ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ରେ କରାଯାଉଛି ମୋ ବିଚ ଯୋଗ । ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ପୁରୀ ପୌରାଂଚଳର କୋଭିଡକୁ ହରାଇ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ଆଜି ନିମନ୍ତ୍ରିତ କରାଯାଇଥିଲା । ବିଭିନ୍ନ ବର୍ଗର ଯଥା ସେବାୟତ , ବୁଦ୍ଦିଜିବୀ , ସ୍ୱାସ୍ଥ୍ୟ କର୍ମୀ , ପୁଲିସ ଆଦି କୋଭିଡ ଯୋଦ୍ଧାଙ୍କୁ ସାମିଲ କରାଯାଇଥିଲା । ଭୋର ସାଢେ 5ଟାରେ ବ୍ଲୁ ଫ୍ଲାଗ ବେଳାଭୂମିରେ 8ଟି ଷ୍ଟେଜରେ ପ୍ରାୟ 200 ଜଣ ଅଂଶଗ୍ରହଣ କରି ଯୋଗ କରିଥିଲେ । ସେମାନଙ୍କୁ 40 ଜଣ ଯୋଗ ଗୁରୁ ଶରୀରର ରୋଗପ୍ରତିଷେଧକ ଓ ନିଶ୍ୱାସ ପ୍ରଶ୍ୱାସ ଏବଂ ହୃଦୟକୁ କିଭଳି ନିରୋଗ ରଖିବା ସେ ନେଇ ବିଭିନ୍ନ ପ୍ରକାର ଯୋଗ କରାଇଥିଲେ । ଆଜି ସକାଳ 7ଟା ଯାଏଁ ଏହି .ଯୋଗ କରାଯାଇଥିଲା ବେଳେ ଆସନ୍ତାକାଲି ମଧ୍ୟ କରାଯିବ । ତେବେ ଯୋଗ ଆମର ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ରହିଥିବା ଯୋଗ ହିଁ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଂ ନିହାତି ଆବଶ୍ୟକ । ଆଉ ଆଜି ଯୋଗ କରିବା ଦ୍ୱାରା କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ ମନୋବଳ ବୃଦ୍ଧି ପାଇବା ସହ ଏହାକୁ ଦୈନିନ୍ଦନ କରିବା ପାଇଁ ଏହା ବେଶ ଉପାଦେୟ ହୋଇପାରିବ ବୋଲି କହିଛନ୍ତି କୋଭିଡ ସୁସ୍ଥ ହୋଇଥିବା ବ୍ୟକ୍ତି ଓ ଯୋଗଗୁରୁ ।

ବେଳାଭୂମି ସଫେଇ କରି ମୋ ବିଚ କ୍ୟାମ୍ପେନ ଏହି ବ୍ଲୁ ଫ୍ଲାଗରେ କରାଯାଇଥିବା ବେଳେ ଏବେ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେଣୁ ପୁରୀ ପୌରାଂଚଳରେ ଥିବା କୋଭିଡ ଯୋଦ୍ଧାଙ୍କୁ ମୋ ବିଚ ଯୋଗରେ ସାରା ବିଶ୍ୱକୁ ନିଆରା ବାର୍ତା ଯିବ । କାରଣ ମୁକ୍ତ ବେଳାଭୂମିରେ ସ୍ୱଛ ବାୟୁ , ସ୍ୱଛ ପରିବେଶରେ ଯୋଗ କଲେ ଶରୀରରେ ରୋଗ ପ୍ରତିଷେଧକ ବୃଦ୍ଧି ହେବା ସହ ନିଜର ମନୋବଳ ବୃଦ୍ଧି ହେବା ସହ ସୁସ୍ଥତଦା ଅନୁଭବ ହେବ । ସେଥିପାଇଁ ପୁରୀ ବେଳାଭୂମିର ବ୍ଲୁ ଫ୍ଲାଗ ବିଚରେ ଦୁଇ ଦିନର କାର୍ଯ୍ୟକ୍ରମ କରାଯାଇଛି । ତେବେ ଖାଲି ପୁରୀ ନୁହେଁ ଏହାପରେ ପୁରୀ ଜିଲ୍ଲାର ସମସ୍ତ ବେଳାଭୂମିରେ ଏହି ମୋ ବିଚ ଯୋଗ କାର୍ଯ୍ୟକ୍ରମ କରାଯିବା ସହ ଆଗକୁ ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ମଧ୍ୟ ହେବା ଅସମ୍ଭବ ନୁହେଁ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ପୁରୀରୁ ଯେଭଳି ସ୍ୱଛତାକୁ ନେଇ ମୋ ବିଚର ବାର୍ତା ଯାଇଥିଲା ସେହିଭଳି ମୋ ବିଚ ଯୋଗକୁ ସାରା ବିଶ୍ୱ ଦେଖିବ ଓ ଏହା ଆମ ପର୍ଯ୍ୟଟନ ପାଇଁ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

କୋଭିଡ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇଁ ଏଭଳି ଏକ ଯୋଗର ପ୍ରୟାସ ବେଶ ସ୍ୱାଗତଯୋଗ୍ୟ । ତେଣୁ କୋଭିଡକୁ ଡରିବାର ନୁହେଁ ଲଢେଇ କରି ଜିତିବାର ବେଳ । ଭାକ୍ସିନ ନୁହେଁ ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ବୋଲି ଆଜି ପୁରୀରୁ ଏହି ବାର୍ତା ସାରା ଦେଶକୁ ଦିଆଯାଇଛି ।