ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ମହୁମାଛି ଗଳିରେ ଥିବା ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି।

ଏହା ସହ ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କରେ ଥିବା ୩ ମହଲା ଘରେ ରେଡ୍‌ କରିଛି ଭିଜିଲାନ୍ସ । ସେଥିରେ ସାମିଲ ରହିଛି ଭୀମପୁର ମୌଜା, ବାରଙ୍ଗ ଦଧିପାଟଣାରେ ଥିବା ଘର ।

ଏହା ବ୍ୟତୀତ ପାଟକୁରା ବଙ୍ଗାଲପୁରରେ ପୈତୃକ ସମ୍ପତ୍ତି ଓ ଶ୍ବଶୁର ଘରେ ରେଡ୍‌ କରିଛି ଭିଜିଲାନ୍ସ ।