କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ବିଜେପି) ଓ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ) ଉପରେ ଶାଣିତ ସ୍ଵରରେ ନିଶାଣ ସାଧିଛନ୍ତି। ସେ କହିଛନ୍ତି ବିଜେପି, ଆରଏସଏସ ଭାରତରେ ଫେସବୁକ୍ ଓ ହ୍ଵାଟ୍ସଆପ୍କୁ ନିୟନ୍ତ୍ରିତ କରୁଛନ୍ତି। ସେମାନେ ଏହା ମାଧ୍ୟମରେ ମିଥ୍ୟା ଖବର ଓ ଘୃଣା ପ୍ରଚାରିତ କରୁଛନ୍ତି। ଏହା ସହିତ ଏହି ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ କରୁଛନ୍ତି।
ରାହୁଲ ଗାନ୍ଧୀ ଏକ ରିପୋର୍ଟକୁ ଉଲ୍ଲେଖ କରି ବିଜେପି ଓ ଆରଏସଏସ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି ଭାରତରେ ଫେସବୁକ୍ ଓ ହ୍ଵାଟ୍ସଆପକୁ ବିଜେପି ଓ ଆରଏସଏସ କବ୍ଜା କରି ରଖିଛନ୍ତି। ଏହା ଜରିଆରେ ଫେକ୍ ନ୍ୟୁଜ୍ ଓ ଘୃଣା ପ୍ରଚାରିତ କାମ କରାଯାଉଛି। ଏହାର ବ୍ୟବହାର ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ କରୁଛନ୍ତି।