ବିଜେପି-ଫେସବୁକ୍ ବିବାଦ – ଉଠୁଛି ପଡୁଛି ଜାତୀୟ ରାଜନୀତି

ବିଜେପି-ଫେସବୁକ୍ ବିବାଦ - ଉଠୁଛି ପଡୁଛି ଜାତୀୟ ରାଜନୀତି

ଏକ ପ୍ରମୁଖ ଆମେରିକୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ ନେଇ ଭାରତୀୟ ରାଜନୈତିକ କରିଡର ଏବଂ ସୋସିଆଲ ମିଡିଆ ଜଗତରେ ଯୁଦ୍ଧ ଆରମ୍ଭ ହୋଇଯାଇଛି ଏହି ରିପୋର୍ଟକୁ ଉଦାହରଣ ସ୍ବରୂପେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି ଯେ, ବିଜେପି ଏବଂ ଆରଏସଏସ ଫେସବୁକ ଏବଂ ହ୍ବାଟସଆପ୍ କୁ ନିୟନ୍ତ୍ରଣ କରୁଛନ୍ତି ସେମାନେ ଏହାଦ୍ବାରା ଘୃଣା ସୃଷ୍ଟି କରୁଛନ୍ତି ସେହିଭଳି ବିଜେପି ନେତା ତଥା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର କଡା ଜବାବ ଦେଇଛନ୍ତି ବିବାଦ ଏତେ ବଢିଗଲା ଯେ ଶେଷରେ ଫେସବୁକକୁ ସଫାଇ ଦେବାକୁ ପଡିଲା

ଆମେରିକା ଖବରକାଗଜ ରିପୋର୍ଟ ପରେ ଭାରତରେ ରାଜନୈତିକ ସରଗରମ ଦେଖାଦେଇଥିଲା ସୋସିଆଲ ମିଡିଆରେ ମଧ୍ୟ ବିତର୍କ ହୋଇଥିଲା ରାହୁଲ ଗାନ୍ଧୀଙ୍କୁ ପାଲଟା ଆକ୍ରମଣ କରି ରବିଶଙ୍କର ପ୍ରସାଦ ଟ୍ବିଟ୍ କରି ଲେଖିଥିଲେ, ଯିଏ ଦୁର୍ବଳ ସେ ନିଜ ଦଳରେ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିପାରନ୍ତି ନାହିଁ ସେ କହୁଛନ୍ତି ଯେ ସାରା ବିଶ୍ବକୁ ବିଜେପି ଏବଂ ଆରଏସଏସ ନିୟନ୍ତ୍ରଣ କରୁଛନ୍ତି ନିର୍ବାଚନ ପୂର୍ବରୁ ଡାଟାକୁ ହତିଆର କରି ସେ ନିଜେ ଧରାପଡିଥିଲେ କେମ୍ବ୍ରିଜ୍ ଏନାଲିଟିକା, ଫେସବୁକରୁ ଆପଣଙ୍କ ଗଠବନ୍ଧନ ଧରାପଡିଯାଇଥିଲା ଏମିତି ବ୍ୟକ୍ତି ଆଜି ପ୍ରଶ୍ନ ଉଠାଉଛନ୍ତି

ରବିଶଙ୍କର ପ୍ରସାଦ କହିଥିଲେ ଯେ, ତଥ୍ୟ ଏହା ଯେ ଆଜି ସୂଚନା ଆଭିବ୍ୟକ୍ତିର ସ୍ବତନ୍ତ୍ରତା ରହିଛି ଏହା ଏବେ ଆପଣଙ୍କ ପରିବାର ଦ୍ବାରା ନିୟନ୍ତ୍ରିତ ହେଉନାହିଁ ଏଥିପାଇଁ ଆପଣଙ୍କୁ ଦୁଃଖ ଲାଗୁଛି ଆପଣ ବେଙ୍ଗାଲୁରୁ ହିଂସାର ନିନ୍ଦା କଲେନାହିଁ ଆପଣଙ୍କ ସାହାସ ସେତେବେଳେ କେଉଁଆଡେ ଚାଲିଗଲା

ଏହାକୁ ନେଇ କଂଗ୍ରେସ ନେତା ରଣଦୀପ ସିଂହ ସୁରଜେଓ୍ବାଲା କହିଛନ୍ତି, ଏମିତି ଲାଗୁଛି ଯେ ମିଥ୍ୟା ଟ୍ବିଟ୍ ଏବଂ ମିଥ୍ୟା ଏଜେଣ୍ଡା ଏକମାତ୍ର ରାସ୍ତା ହୋଇଯାଇଛି କଂଗ୍ରେସ କେବେବି କେମ୍ବ୍ରିଜ୍ ଏନାଲିଟିକାର ସେବା ନେଇନାହିଁ ବିଜେପି ଏନାଲିଟିକାର କ୍ଲାଏଣ୍ଟ ରହିଛି ଆଇନ ମନ୍ତ୍ରୀ ଏହା କାହିଁକି କହୁନାହାନ୍ତି

ସେହିଭଳି ଏଆଇଏମଆଇଏମ ନେତା ଅସଦୁଦ୍ଦୀନ ଓ୍ବେବେସୀ ଟ୍ବିଟ୍ କରିଛନ୍ତି ଯେ, ଭିନ୍ନ ଭିନ୍ନ ଲୋକତନ୍ତ୍ରରେ ଫେସବୁକ୍ ଭିନ୍ନ ଭିନ୍ନ ମାନକ କାହିଁକି ରହିଛି ? ଏହା କେଉଁ ପ୍ରକାରର ନିରପେକ୍ଷ ମଞ୍ଚ ? ଏହି ରିପୋର୍ଟ ବିଜେପି ପାଇଁ କ୍ଷତିକାରକ ବିଜେପିର ଫେସବୁକ ସହ ସଂପର୍କର ଖୁଲାସା ହୋଇସାରିଛି ଫେସବୁକ କର୍ମଚାରୀଙ୍କ ଉପରେ ବିଜେପିର ନିୟନ୍ତ୍ରଣର ପ୍ରକୃତି ସାମ୍ନାକୁ ଆସିଛି

ଏହି ବିବାଦ ମଧ୍ୟରେ ଫେସବୁକ କହିଥିଲା ଯେ, ଆମେ ହିଂସା ସୃଷ୍ଟି କରୁଥିବା ଜିନିଷ ଉପରେ ପ୍ରତିବନ୍ଧକ ଲଗାଉ ଆମେ ଏହି ନୀତି ବିଶ୍ବବ୍ୟାପୀ ଲାଗୁ କରିଥାଉ ଆମେ କୌଣସି ରାଜନୈତିକ ସ୍ଥିତି ଏବଂ ସଂପର୍କ ଦେଖୁନାହୁଁ ଆମେ ଜାଣିଛୁ ଯେ ଏହା ଉପରେ ଆମକୁ ଅଧିକ କାମ କରିବାକୁ ପଡିବ ଆମେ ଆଗକୁ ବଢୁଛୁ ନିରପେକ୍ଷତା ଏବଂ ସଠିକତା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ପ୍ରକ୍ରିୟାର ନିୟମିତ ଅଡିଟ୍ କରୁଛୁ

ଆମେରିକୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ ପୁରା ବିବାଦ ଉପୁଜିଥିଲା ରିପୋର୍ଟରେ ଦାବି କରାଯାଇଛି ଯେ, ଫେସବୁକ ଭାରତରେ ଶାସକ ବିଜେପି ନେତାମାନଙ୍କର ମନ୍ତବ୍ୟ ମାମଲାରେ କୋହଳ ମନୋଭାବ ପୋଷଣ କରୁଛି ଫେସବୁକର କର୍ମଚାରୀଙ୍କ କହିବା ଅନୁସାରେ ଭାରତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହିଂସା ସୃଷ୍ଟି କରୁଛନ୍ତି ଭର୍ଚୁଆଲ ଦୁନିଆରେ ହିଂସାତ୍ମକ ପୋଷ୍ଟ କରିବା ଦ୍ବାରା ବାସ୍ତବ ଦୁନିଆରେ ହିଂସା ଏବଂ ଚିନ୍ତା ବଢିଥାଏ ଏଥିରେ ତେଲଙ୍ଗାନା ବିଜେପି ସାଂସଦ ଟି ରାଜା ସିଂହଙ୍କ ଗୋଟିଏ ପୋଷ୍ଟ ସମ୍ବନ୍ଧରେ କୁହାଯାଇଛି