ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ୍‌, ସେ ଏବେ ହୋମ୍ କ୍ୱାରେଣ୍ଟାଇନ୍‌ରେ

ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ୍‌, ସେ ଏବେ ହୋମ୍ କ୍ୱାରେଣ୍ଟାଇନ୍‌ରେ

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡିଛି । ଏହାକୁ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । କୋଭିଡ୍-୧୯ର ଲକ୍ଷଣ ଦେଖାଯିବା ପରେ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ହୋମ୍ କ୍ବାରେଣ୍ଟାଇନ୍ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋଙ୍କୁ ଆଇସୋଲେସନରେ ରହିବା ସହ ସେମାନଙ୍କର କରୋନା ପରୀକ୍ଷଣ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି ।