ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କରୋନା ପଜିଟିଭ

ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କରୋନା ପଜିଟିଭ

ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସେ ନିଜେ ଟୁଇଟ କରି ଜଣାଇଛନ୍ତି ।  ‘ଆଜି ମୋର କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ପରୀକ୍ଷା ପରେ ଫଳାଫଳ ପଜିଟିଭ ଆସିଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ଯୋଗାଯୋଗରେ ଆସିଛନ୍ତି, ଦୟାକରି କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ ଏବଂ କୋଭିଡ୍ ପଜିଟିଭ୍ ଗାଇଡ୍ ଲାଇନ୍ ପାଳନ କରନ୍ତୁ ବୋଲି ଟୁଇଟରେ ଲେଖିଛନ୍ତି ବିଧାୟକ ସଞ୍ଜୀବ ମଲ୍ଲିକ ।