ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କୋରୋନା, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କୋରୋନା, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୯ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ଦୁଇ ଜଣ, ବଲାଙ୍ଗୀର, ଗଞ୍ଜାମ, ମାଲକାନଗିରି, ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୫୫୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୪୫୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୦୫୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୯୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୨୩୩୮୦୫ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।