ସେପ୍ଟେମ୍ବର ୬ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କଲା ବିହାର

ସେପ୍ଟେମ୍ବର ୬ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କଲା ବିହାର

ମହାମାରୀ କରୋନା ସଂକ୍ରମଣର କରାଳ ରୂପକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ସେପ୍ଟେମ୍ବର ୬ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି।

୧୭ ଅଗଷ୍ଟ ଅର୍ଥାତ ଆଜିଠାରୁ ସେପ୍ଟେମ୍ବର ୬ ଯାଏ ଏହା କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ୩୦ ଜୁଲାଇରୁ ୧୬ ଅଗଷ୍ଟ ଯାଏ ବିହାର ସରକାର ଲକଡାଉନ ଜାରି ରହିବ ବୋଲି ଘୋଷଣା କରିଥିଲେ। ଏହି ଅବଧି ରବିବାର ଶେଷ ହୋଇଥିଲା।

ତେବେ ସୋମବାର ଠାରୁ ପୁଣିଥରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ ଲାଗୁ କରାଯାଇଥିବାରୁ ସେପ୍ଟେମ୍ବର ୬ ଯାଏ ରାଜ୍ୟରେ କୌଣସି ପ୍ରକାରର ସ୍କୁଲ ଖୋଲିବ ନାହିଁ କି ଧର୍ମାନୁଷ୍ଠାନର ତାଲା ଫିଟିବ ନାହିଁ। ଜିମ ମଧ୍ୟ ଖୋଲିବ ନାହିଁ। ଆର୍ଥିକ କାରାବାର ପାଇଁ ରାଜ୍ୟ ସରକାର କିଛି କୋହଳ ନୀତି ଲାଗୁ କରିଛନ୍ତି। ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି।