ଖୁବଶୀଘ୍ର ନିଯୁକ୍ତ ହେବେ ୧୦ ହଜାର ଶିକ୍ଷକ

ଶିକ୍ଷା ହେଉଛି ନବକଳେବର । ରାଜ୍ଯର କୌଣସି ସ୍କୁଲରେ ଶିକ୍ଷକ ଅଭାବ ରହିବନି । ଖୁବଶୀଘ୍ର ନିଯୁକ୍ତ ହେବେ ଆଉ ୧୦ ହଜାର ଶିକ୍ଷକ । ଏହି ନିଯୁକ୍ତି ଫଳରେ ରାଜ୍ଯରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକ ପଦବୀ ପୂରଣ ହେବ । ଏନେଇ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ପିଲା ଓ ଅଭିଭାବକ ଏବଂ ଚାକିରି ଆଶାୟୀ ମାନେ ଖୁସି ପ୍ରକାଶ କରିଛନ୍ତି ।