ବାଲେଶ୍ୱରରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟାର ଆଉ ଏକ କୋଭିଡ୍‌ ହସ୍ପିଟାଲ

ବାଲେଶ୍ୱରରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟାର ଆଉ ଏକ କୋଭିଡ୍‌ ହସ୍ପିଟାଲ

ବାଲେଶ୍ବରରେ ଜିଲ୍ଲାରେ କୋଭିଡ ପରିଚାଳନାର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା: ଜିଲ୍ଲାରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟାର ଆଉ ଏକ କୋଭିଡ୍‌ ହସ୍ପିଟାଲ । ହସ୍ପିଟାଲରେ ICU ଶଯ୍ୟା ସହ ୨ଟି ଅପରେସନ ଥିଏଟର ବି ରହିବ । ହସ୍ପିଟାଲରେ ନିୟୋଜିତ ହେବେ ଅଧିକ ୧୦ ଜଣ ନର୍ସ ।

ଉଲ୍ଳେଖଯୋଗ୍ୟ ଯେ ଆଜି ବାଲେଶ୍ୱରରେ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେଠାରେ କୋଭିଡ଼ ପରିଚାଳନାର ସମୀକ୍ଷା କରିବା ପରେ ଏହିପରି ନିିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡ଼ିଏମଇଟି ପ୍ରଫେସର ସି.ବି.କେ. ମହାନ୍ତି ମଧ୍ୟ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ବାଲେଶ୍ୱରରେ ଏହା ପୂର୍ବରୁ ୧୨୦ ଶଯ୍ୟାର କୋଭିଡ଼ ହସ୍ପିଟାଲ ରହିଛି ।