ରାଜ୍ୟରେ ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି

ରାଜ୍ୟରେ ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର: ରାଜ୍ୟରେ ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି। ସେଥିରୁ ୯୩୯ ସିନିଅର SES ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି। ବାଲେଶ୍ୱରରେ ସର୍ବାଧିକ ୧୨୩ ସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି,କେନ୍ଦ୍ରାପଡରେ ୯୯,ଭଦ୍ରକରେ ୮୧,କଟକରେ ୬୩,ଯାଜପୁରରେ ୭୩, କେଉଁଝରରେ ୭୨ ସ୍କୁଲରେ ଖାଲି। ସେହିପରି ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୮୦ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି। କଂଗ୍ରେସ ବିଧାୟକ ତାରାବହିନୀଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।