ରାଜ୍ୟରେ ୧୦ହଜାର ଟପିଲା କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ବାହାରିଲେ ୧୦,୪୧୩ ପଜିଟିଭ୍‌

ରାଜ୍ୟରେ ୧୦ହଜାର ଟପିଲା କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ବାହାରିଲେ ୧୦,୪୧୩ ପଜିଟିଭ୍

ଭୁବନେଶ୍ୱର,୧ ।୫: ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି କରୋନା ମହାମାରୀ, ଟପିଛି ୧୦ ହଜାର ଆଉ ଗତ ୨୪ଘଣ୍ଟାରେ ୧୦ ହଜାର ୪୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୨୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବଧିକ ୧୭୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରେ ୧୧୦୦, କଟକରେ ୮୨୮, ପୁରୀରେ ୫୩୩, ବରଗଡରେ ୫୧୧, ଝାରସୁଗୁଡାରେ ୪୪୨, ସମ୍ବଲପୁରରେ ୪୨୬, ନୂଆପଡାରେ ୪୧୮, ଅନୁଗୁଳରେ ୩୯୨, କଳାହାଣ୍ଡିରେ ୩୭୬, ନବରଙ୍ଗପୁରରେ ୩୭୮, ଯାଜପୁରରେ ୩୩୨, ମୟୂରଭଞ୍ଜରେ ୨୪୭, ଜଗତସିଂହପୁରରେ ୨୪୧, ଗଞ୍ଜାମରେ ୨୩୨, ନୟାଗଡରେ ୨୧୮, ଭଦ୍ରକରେ ୨୦୧, ରାୟଗଡାରେ ୨୦୦, ବଲାଙ୍ଗିରରେ ୧୬୦, ଗଜପତିରେ ୧୫୬, ସୁବର୍ଣ୍ଣପୁରରେ ୧୩୦, ,କେନ୍ଦୁଝରରେ ୧୨୬, ବାଲେଶ୍ୱରରେ ୧୨୪, ଦେବଗଡରେ ୧୦୩, ବୌଦ୍ଧରେ ୮୭, କେନ୍ଦ୍ରାପଡାରେ ୭୭, କୋରାପୁଟରେ ୬୮, କନ୍ଧମାଳରେ ୫୫, ମାଲକାନଗିରିରେ ୫୪, ଢେଙ୍କାନାଳରେ ୪୨, ଷ୍ଟେଟ ପୁଲରେ ୩୬୦, କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି ।