ଆଜି ଆଉ ୧୫ ଜୀବନ ନେଲା ମହାମାରୀ କରୋନା, ମୃତ୍ୟୁ ସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି

ଆଜି ଆଉ ୧୫ ଜୀବନ ନେଲା ମହାମାରୀ କରୋନା, ମୃତ୍ୟୁ ସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ପୁରୀରୁ ୩, ମୟୁରଭଞ୍ଜରୁ ୨, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ବଲାଙ୍ଗୀର ଓ ଅନୁଗୁଳରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।