ଆଜି ରାଜ୍ୟରେ ଆଉ ୧୫ ଜୀବନ ନେଲା ମହାମାରୀ କରୋନା, ମୃତ୍ୟୁସଂଖ୍ୟା ୭୩୬ କୁ ବୃଦ୍ଧି

ଆଜି ରାଜ୍ୟରେ ଆଉ ୧୫ ଜୀବନ ନେଲା ମହାମାରୀ କରୋନା, ମୃତ୍ୟୁସଂଖ୍ୟା ୭୩୬ କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ପାଇଛି । ଆଜିର ମୃତକଙ୍କ ମଧ୍ୟରେ  ଭୁବନେଶ୍ୱରରୁ ୪, ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ଥିଲା ବେଳେ ନୟାଗଡ଼ ନୂଆପଡ଼ା, କଟକ, ବାଲେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଢେଙ୍କାନାଳ, କନ୍ଧମାଳ ଓ ମାଲକାନଗିରରୁ ମଧ୍ୟ ଜଣେ ଲେଖାଏଁ ବ୍ୟକ୍ତିଙ୍କର ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।