୧୫୦କଇଁଛ ଉଦ୍ଧାର କଲେ ବନ କର୍ମଚାରୀ, ବାଇକ୍ ଛାଡି ୨ ବେପାରୀ ଫେରାର

୧୫୦କଇଁଛ ଉଦ୍ଧାର କଲେ ବନ କର୍ମଚାରୀ, ବାଇକ୍ ଛାଡି ୨ ବେପାରୀ ଫେରାର

ମାଲକାନଗିରି ୪।୬: ବନ କର୍ମଚାରୀଙ୍କ ଦ୍ବାରା ୧୫୦ କଇଁଛ ଉଦ୍ଧାର । ଗୁରୁବାର ଅପରାହ୍ନରେ କାଲିମେଳା ବନ କର୍ମଚାରୀ ଏହାକୁ ଉଦ୍ଧାର କରିଛନ୍ତି । କଇଁଛ ଉଦ୍ଧାର କରାଯାଇଥିବା ବେଳେ ଦୁଇଟି ମୋଟର ସାଇକଲକୁ ଜବତ କରାଯାଇଛି ।ସୂଚନାଯୋଗ୍ୟ ଯେ, କାଲିମେଳା ଅଞ୍ଚଳର କେତେକ କଇଁଛ ବ୍ୟବସାୟୀ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରୟ କରିଥାନ୍ତି । ସେମାନଙ୍କୁ ଧରିବା ପାଇଁ କାଲିମେଳା ବନ କର୍ମଚାରୀମାନେ ଜାଲ ବିଛାଇ ଥିଲେ । ଗୁରୁବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଗଲ ପଞ୍ଚାୟତ ଏମପିଭି-୬୫ ଗ୍ରାମକୁ ଯାଇଥିବା ବେଳେ ଫରେଷ୍ଟ ଗାଡି ଦେଖି ୨ ଜଣ କଇଁଛ ବ୍ୟବସାୟୀ ୨ଟି ମୋଟର ସାଇକେଲ ଛାଡି ଜଙ୍ଗଲକୁ ପଳାଇଥିଲେ । ଅଭିଯୁକ୍ତକୁ ଧରିବାରେ ବନ କର୍ମଚାରୀମାନେ ବିଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ମୋଟର ସାଇକେଲ ନଂ ଓଆର୩୦-୦୨୦୭ ଏବଂ ନଂ ଓଏପି୧୫-୫୨୪୧କୁ ଜବତ କରିବା ସହ ୧୫୦ ଗୋଟି କଇଁଛକୁ ଉଦ୍ଧାର କରିଛି । ଏ ସଂପର୍କରେ କାଲିମେଳା ରେଞ୍ଜ କେଶ ନଂ ୩୮/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।