ରାଜ୍ୟରେ ଆଜି ଆଉ ୧୭ ଜଣଙ୍କ ଜୀବନ ନେଲା କୋରୋନା

ରାଜ୍ୟରେ ଆଜି ଆଉ ୧୭ ଜଣଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।  ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏମାନଙ୍କ ମଧ୍ୟରେ ଆଜି ମୟୂରଭଞ୍ଜରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ, ପୁରୀରୁ ୨ ଜଣ ଲେଖାଏଁ, ଭୁବନେଶ୍ୱରରୁ ୩ ଜଣ ବାଲେଶ୍ୱର, ବଲାଙ୍ଗୀର, ଜଗତସିଂହପୁର , ଝାରସୁଗୁଡା, କେନ୍ଦ୍ରାପଡା ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।