ଏସ୍‌ସିବିରେ ୨ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ

ଏସ୍‌ସିବିରେ ୨ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ

କଟକ: ଏସ୍‌ସିବି କୋଭିଡ୍‌ ୱାର୍ଡରେ ଦୁଇ ଜଣ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଭର୍ତ୍ତି ହୋଇଥିବା ଖବର ମିଳିଛି । କୋଭିଡ ୟୁନିଟ[1]୧ରେ ଜଣେ ମହିଳା ଓ ୟୁନିଟ-୨ରେ ଜଣେ ପୁରୁଷ ରୋଗୀ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଉଭୟଙ୍କ ଶରୀରରେ ଦେଖାଦେଇଥିବା ଲକ୍ଷଣ ବ୍ଲାକ୍‌ ଫଙ୍ଗସ୍‌ ସହ ମେଳ ଖାଉଥିବାରୁ ସତର୍କତାର ସହିତ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଉଭୟଙ୍କ ସ୍ୱାବ୍‌ରୁ ଫଙ୍ଗସ୍‌ ଚିହ୍ନଟ ପାଇଁ ସାବରଏଡ୍‌ ମିଡିଅ ମାଧ୍ୟମରେ ମାଇକ୍ରୋବାୟୋଲୋଜି ବିଭାଗର ଲାବୋରେଟୋରୀରେ ପରୀକ୍ଷା କରାଯିବ ।ଯଦି ଫଙ୍ଗସ୍‌ ଚିହ୍ନଟ ହୁଏ, ଏମ୍‌ଆର୍‌ଆଇ ଓ ସିଟିସ୍କାନ୍‌ କରାଯାଇ ଫଙ୍ଗସ୍‌ ସଂକ୍ରମଣ କେତେଦୂର ବ୍ୟାପିଛି ତାହା ବାହାର କରାଯିବ ବୋଲି କୋଭିଡ୍‌ ୱାର୍ଡର ଜଣେ ଡାକ୍ତର କହିଛନ୍ତି । ଏସ୍‌ସିବିରେ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଭର୍ତ୍ତି ହେବାରେ ଏହା ପ୍ରଥମ ଘଟଣା ଯାହା ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି ।