ରାଜ୍ୟରେ ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୨୫୧୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୨୫୧୯ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୫୬ ହଜାର ୯୨୪ ଜଣ ସୁସ୍ଥ ହୋଇସାରିଛନ୍ତି ।

ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ୨୭୬, ଗଞ୍ଜାମ ୨୩୭, କଟକ ୧୫୨, ରାୟଗଡ଼ା ୧୪୪, ଭଦ୍ରକ ୧୪୦, ସୁନ୍ଦରଗଡ଼ ୧୩୮, କୋରାପୁଟ ୯୮, ପୁରୀ ୯୭, ନୟାଗଡ଼ ୯୬, ବଲାଙ୍ଗିର ୮୫, ଢ଼େଙ୍କାନାଳ ୬୧, କନ୍ଧମାଳ ୬୦, ସମ୍ବଲପୁର ୫୯, ଯାଜପୁର ୫୮, ମୟୂରଭଞ୍ଜ ୫୪, ବରଗଡ଼ ୫୩, ଜଗତସିଂହପୁର ୫୩, ମାଲକାନଗିରି ୫୨, ଯାଜପୁର ୪୨, ନବରଙ୍ଗପୁର ୩୧, କଳାହାଣ୍ଡି ୨୩, କେନ୍ଦ୍ରାପଡ଼ା ୨୨, ଦେଓଗଡ଼ ୧୯, କେନ୍ଦୁଘର ୧୯, ଝାରସୁଗୁଡ଼ା ୧୮, ଅନୁଗୁଳ ୩, ବୌଦ୍ଧରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।