ଆଜି ରାଜ୍ୟରେ ଆରୋଗ୍ୟ ହେଲେ ୨୫୧୯ ଆକ୍ରାନ୍ତ

ଆଜି ରାଜ୍ୟରେ ଆରୋଗ୍ୟ ହେଲେ ୨୫୧୯ ଆକ୍ରାନ୍ତ

ଆଜି ରାଜ୍ୟର ୩୦ ଜିଲ୍ଲାରୁ ୨୫୧୯ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ଏହାକୁ ମିଶାଇ ଓଡିଶାରେ ସୁସ୍ଥଙ୍କ ସଂଖ୍ୟା ୭୩୨୩୩କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ୪୧୯ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ସେହି ପରି ଗଞ୍ଜାମରୁ ୨୧୬, ପୁରୀ ଜିଲ୍ଲାରୁ ୨୧୦, ରାୟଗଡା ଜିଲ୍ଲାରୁ ୨୧୦, କୋରାପୁଟରୁ ୧୬୯, ମୟୂରଭଞ୍ଜରୁ ୧୫୦, କଟକ ଜିଲ୍ଲାରୁ ୧୨୯, ବାଲେଶ୍ଵରରୁ ୧୦୦, ନୟାଗଡରୁ ୯୫, ସମ୍ବଲପୁରରୁ ୮୫, ମାଲକାନଗିରି ଜିଲ୍ଲାରୁ ୮୪, ଭଦ୍ରକରୁ ୭୭, ଢେଙ୍କାନାଳରୁ ୭୬, ନବରଙ୍ଗପୁରରୁ ୫୮, କନ୍ଧମାଳରୁ ୪୮, ବଲାଙ୍ଗିରରୁ ୪୫, ସୁନ୍ଦରଗଡରୁ ୪୨, ଗଜପତିରୁ ୪୦, କେନ୍ଦ୍ରାପଡାରୁ ୩୯, ଝାରସୁଗୁଡାରୁ ୩୮, କେନ୍ଦୁଝରରୁ ୩୮, ସୋନପୁରରୁ ୩୩, ନୂଆପଡାରୁ ୨୮, ଜଗତସିଂହପୁରରୁ ୨୭, ବରଗଡରୁ ୨୫, କଳାହାଣ୍ଡିରୁ ୧୯, ଯାଜପୁରରୁ ୧୨, ଦେବଗଡରୁ ୭, ବୌଦ୍ଧରୁ ୪ ଓ ଅନୁଗୁଳ ଜିଲ୍ଲାରୁ ଜଣେ ରୋଗୀ କରୋନାରୁ ମୁକ୍ତ  ହୋଇଛନ୍ତି।