ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

କେନ୍ଦୁଝରେ :  କେନ୍ଦୁଝର ଗଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହେବା ଫଳରେ ଟ୍ରେନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି । ରବିବାର ଦିନ ପ୍ରାୟ ୧୨.୩୦ ମି. ସମୟରେ ନୟାଗଡ଼ ସାଇଡିଂ (ବଡ଼ବିଲ) ଅଭିମୁଖେ ଲୁହାପଥର ଆଣିବାକୁ ଯାଉଥିବାବେଳେ ତିନୋଟି ଖାଲି ବଗି ହଠାତ୍‌ ରେଳଲାଇନରୁ ଓହ୍ଲାଇ ଯାଇଥିଲା । ଟ୍ରେନର ବେଗ କମ ଥିବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ବୋଲି କୁହାଯାଇଛି ।