ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩ ଜଣ ସାଂଗ

ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩ ଜଣ ସାଂଗ

କଟକ: ତେଲେଙ୍ଗା ପେଣ୍ଠ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩ ଜଣ ସାଂଗ । ଏମାନଙ୍କ ମଧ୍ୟରୁ ଜଣେ ଅଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ୩ ଜଣ ସାଂଗ ରାତି ୨ଟା ୩୦ ମିନିଟରେ ଭୁବନେଶ୍ବରରୁ ବାହାରି କଟକ ଅଭିମୁଖେ ଯାଉଥିବା ବେଳେ ଜଗୁଅର୍ କାର ଦୁର୍ଘଟଣା ଗସ୍ତ ହୋଇଥିଲା । ଏ ନେଇ କଟକ ସଦର ଥାନା ଏବଂ ମଙ୍ଗଳାବାଗ ଥାନା ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି । ସଂପୂର୍ଣ୍ଣ ଘଟଣା ର ତଦନ୍ତ କରାଯାଉଛି ବୋଲି କହିଛନ୍ତି କଟକ ଡି ସି ପି ।ଏକ ଟିମ ଗଠନ କରି ଏହି ଦୁର୍ଘଟଣା ପଛ ର କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛି । ଦ୍ରୁତଗତି ନା ଚାଳକଙ୍କ ଅସାବଧାନତା କିମ୍ବା ଆଉ ଆଉ କଣ କାରଣ ସେ ନେଇ ମଧ୍ୟ ତଦନ୍ତ କରାଯିବ । ଏଥ ସହ ଆର୍ ଟି ଓ ଙ୍କୁ ମଧ୍ୟ ଏହି ଟିମ୍ ରେ ସାମିଲ୍ କରାଯାଇ ଥିବା କହିଛନ୍ତି କଟକ ଡି ସି ପି ।