ବରମୁଣ୍ଡା ପୋଟ୍ରୋଲ ପମ୍ପ ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଯୁବକଙ୍କ ନିକଟରୁ ଅଖା ବ୍ୟାଗରେ ମିଳିଲା ୩୦ ଲକ୍ଷ ଟଙ୍କା

ବରମୁଣ୍ଡା ପୋଟ୍ରୋଲ ପମ୍ପ ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଯୁବକଙ୍କ ନିକଟରୁ ଅଖା ବ୍ୟାଗରେ ମିଳିଲା ୩୦ ଲକ୍ଷ ଟଙ୍କା

ଭୁବନେଶ୍ୱର:ବରମୁଣ୍ଡା ପୋଟ୍ରୋଲ ପମ୍ପ ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଯୁବକଙ୍କ ନିକଟରୁ ଅଖା ବ୍ୟାଗରେ ମିଳିଲା ୩୦ ଲକ୍ଷ ଟଙ୍କା । କଟକ ଫାଇନାନ୍ସ କମ୍ପାନୀର ଲୁଟ ଘଟଣା ପରେ ଏତେ ମାତ୍ରାରେ ଟଙ୍କା ବ୍ୟାଗ କଥା ଶୁଣି ପୋଲିସ ଯୁବକଙ୍କୁ ଆଣି ଜେରା କରିଛି ଽ ଜେରା ବେଳେ ଯୁବକ ଜଣକ ପାରଳାଖେମୁଣ୍ଡିରୁ ଆସିଥିବା ଜାଣିବାକୁ ପାଇଛି ପୋଲିସ । ବ୍ୟାଙ୍କ ଲୁଟରେ ସମ୍ପୃକ୍ତି ନ ହେଲେ ବି ଗଂଜେଇ ଚୋରା ରାକେଟରେ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରିଥିଲା ।ହେଲେ ଘଟଣାର ୪ ଘଣ୍ଟା ପରେ ଆସିଲା ଟୁଇଷ୍ଟ । ଭୁବନେଶ୍ବରର ଜଣେ ବେପାରୀ ଟଙ୍କା ତାଙ୍କର ଦାବି କରିବା ପରେ ପୋଲିସ ଘଟଣାର ସତ୍ୟାସତ୍ୟ ଯାଂଚ ଆରମ୍ଭ କରିବା ସହ ଆୟକର ବିଭାଗକୁ ଅବଗତ କରିଛି ।