ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ର ୩୦% ସିଲାବସ କମିଲା

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ର ୩୦% ସିଲାବସ କମିଲା

୩୦% କମିଲା ସ୍କୁଲ ସିଲାବସ୍ । କରୋନା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସଂଶୋଧିତ ସିଲାବସ୍ SCERT, BSE ଓ CHSE ୱେବସାଇଟରେ ଏହା ଉପଲବ୍ଧ ହେବ । ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସିଲାବସ୍ ସମ୍ପର୍କରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ୩ଟି ଏକ୍ସପର୍ଟ କମିଟି ଗଠନ କରିଥିଲା । ଏହି ତିନି କମିଟିର ରିପୋର୍ଟକୁ ଆଧାର କରି ଶିକ୍ଷା ବର୍ଷର ସିଲାବସ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସିଲାବସ୍ କମାଯାଇଛି । ସ୍କୁଲ ଖୋଲିବା ନେଇ କେନ୍ଦ୍ରର ଗାଇଡ୍ ଲାଇନ୍ ଆସିବା ପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।