ଆଜି ଓଡିଶାରେ ୩୩ ଜୀବନ ନେଲା କରୋନା

ଆଜି ଓଡିଶାରେ ୩୩ ଜୀବନ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଦ୍ୱିତୀୟ ଲହରର ଏହା ସର୍ବକାଳୀନ ରେକର୍ଡ । ଏହି କ୍ରମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୫୪୯କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ଝାରସୁଗୁଡା ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, ସୁବର୍ଣ୍ଣପୁର ଓ ସୁନ୍ଦରଗଡରରୁ ୩ ଜଣ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ, ଦେବଗଡ, ଯାଜପୁର. କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ଆଜି ରାଜ୍ୟରେ ୧୦ ହଜାର ୯୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୧୭୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୧୪,୩୮୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୧୦,୫୫୪ ଥିବା ବେଳେ ୬,୦୧,୨୨୪ ଜଣ ସୁସ୍ଥ ହୋଇଛନ୍ତି ।