ଆଜି କରୋନାରେ ଓଡ଼ିଶାର ୩୩ ଜଣଙ୍କ ମୃତ୍ୟୁ

ଆଜି କରୋନାରେ ଓଡ଼ିଶାର ୩୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ଆଜି ରାଜ୍ୟରେ ୩୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୨୬୫୧କୁ ବୃଦ୍ଧି ପାଇଛି । ଆଜି ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ସୁନ୍ଦରଗଡ଼ରୁ ୪ ଜଣ, ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଗଜପତି, କୋରାପୁଟ, ରାୟଗଡ଼ାରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ନବରଙ୍ଗପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।