ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୩୩୬୩ କୋରୋନା ସଂକ୍ରମିତ

ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୩୩୬୩ କୋରୋନା ସଂକ୍ରମିତ

ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ରବିବାର ରାଜ୍ୟରେ ପୁଣି ୩୩୬୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୧୮,୬୪୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।