ଆଜି ରାଜ୍ୟରେ ୩୪ କରୋନା ମୃତ୍ୟୁ

ଆଜି ରାଜ୍ୟରେ ୩୪ କରୋନା ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତ୍ୟୁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪ ଜୀବନ ନେଲା ମହାମାରୀ କରୋନା । ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ରହିଛନ୍ତି। ଅନୁଗୁଳରୁ ସର୍ବାଧିକ ୫ ଜଣ, ଖୋର୍ଦ୍ଧା ଓ କଳାହାଣ୍ଡିରୁ ୪ ଲେଖାଏଁ, ବୌଦ୍ଧ, ନୂଆପଡା ଓ ସୁନ୍ଦରଗଡରୁ ୩ ଲେଖାଏଁ, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା,ନବରଙ୍ଗପୁର ଓ ରାୟଗଡା ଜିଲାରୁ ୨ ଲେଖାଏଁ ସେହିପରି ଢେଙ୍କାନାଳ ଓ ପୁରୀ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୬୧୮ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।