ବ୍ୟାଙ୍କ ବାହାରୁ ଝାମ୍ପି ନେଲେ ୭ ଲକ୍ଷ

ବ୍ୟାଙ୍କ ବାହାରୁ ଝାମ୍ପି ନେଲେ ୭ ଲକ୍ଷ

କଂଟାବାଞ୍ଜି ଆନ୍ଧ୍ରା ବ୍ୟାଙ୍କ ବାହାରୁ ଜଣେ ଗ୍ରାହକଙ୍କ ଠାରୁ ୭ ଲକ୍ଷ ଟଂକା ଝାମ୍ପି ଲୁଟେରା । ଏଭଲି ଅଭିଯୋଗ ହୋଇଛି କଂଟାବାଞ୍ଜି ଥାନାରେ । ଥାନା ଅଧିକାରି ସତ୍ୟଜିତ କଣ୍ଡେଲକର ବ୍ୟାଙ୍କ କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମିଲିଥିବା ସୁଚନା ଅନୁସାରେ ବେଲପଡା ଥାନା ମଧ୍ୟପୁର ଗାଁର ରାଜାରାମ ନାଏକ । ରାଜରାମ କଂଟାବାଞ୍ଜି – ବଲାଙ୍ଗିର ମୁଖ୍ୟ ରାସ୍ତାରେ ଥିବା ଆନ୍ଧ୍ରା ବ୍ୟାଙ୍କ ଟଂକା ଉଠାଇବାକୁ ଯାଇଥିଲେ । ସେ ୭ ଲକ୍ଷ ଟଂକା ଉଠାଇ ବ୍ୟାଙ୍କରି ବାହାରି ନିଜ ବୋଲେରୋରେ ବସୁଥିବା ସମୟରେ ଦୁଇ ଜଣ ଲୁଟେରା ଏକ ପଲସର ଗାଡିରେ ଆସି ଟଂକା ରଖିଥିବା ବ୍ୟାଗ କୁ ଝାମ୍ପି ନେଇଥିଲେ । ତେବେ ଦୁଇ ଲୁଟେରା ପୁର୍ବରୁ ବ୍ୟାଙ୍କରେ ଥିବା ବେଳେ ରାଜାରାମ ଟଂକା ଉଠାଣ କରିଥିବା ଦେଖୀଥିଲେ । ତେବେ ସେମାନେ ଲୁଟେରା ହୋଇଥିବା ରାଜାରାମ ସଂଦେହ କରିନଥିଲେ କାରଣ ସେମାନେ ମଧ୍ୟ ବ୍ୟାଙ୍କରୁ କିଛି ଟଂକା ଉଠାଇଥୁବା ରାଜାରାମ କହିଛନ୍ତି । ତେବେ ପୋଲିସ ବ୍ୟାଙ୍କର ସିସିଟିଭି ଯାଂଚ କରିବା ସହ ତଦନ୍ତ ଆଗକୁ ବଢାଇଛି ।