ରଥ ଯାତ୍ରା ପାଇଁ ୪ ଥର ହେବ କରୋନା ଟେଷ୍ଟ୍

ରଥ ଯାତ୍ରା ପାଇଁ ୪ ଥର ହେବ କରୋନା ଟେଷ୍ଟ୍

ପୁରୀ: ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବା ନେଇ ସୂଚନା ମିଳିଛି। ସେବାୟତ, ପୋଲିସ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କ ସମସ୍ତଙ୍କର କରୋନା ଟେଷ୍ଟ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ, ଗୁଣ୍ଡିଚା ଯାତ୍ରା ପୂର୍ବରୁ ଓ ବାହୁଡ଼ା ଯାତ୍ରା ପୂର୍ବରୁ ଏବଂ ନୀଳାଦ୍ରି ବିଜେର ୧୫ ଦିନ ପରେ କୋଭିଡ୍ ଟେଷ୍ଟ ହେବ ବୋଲି ସୂଚନା ମିଳିଛି। ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର RTPCR ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ସଂପୃକ୍ତ ସମସ୍ତ ସେବାୟତ ଓ ଅଧିକାରୀଙ୍କୁ ଟିକାକରଣ ଉପରେ ଫୋକସ୍ ମଧ୍ୟ କରାଯାଇଛି। ଏଥିସହ ଯୋଗସୂତ୍ର ସ୍ଥାପନ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ସମ୍ପୃକ୍ତ ଅଧିକାରୀ ଜଣକ ଶ୍ରୀମନ୍ଦିର ପ୍ରଶାସନ ଓ CDMO ଅଫିସ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ ବୋଲି ସୂଚନା ମିଳିଛି। ତେବେ ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର କହିଛନ୍ତି। ତେବେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି।