ବୈତରଣୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ

ବୈତରଣୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ

କେନ୍ଦୁଝର: ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଶୁଖିଲା ପଡିଥିବା ବୈତରଣୀ ନଦୀ ହଟାତ ଫୁଲି ଉଠିଥିଛି। ବାତ୍ୟା ‘ୟସ’ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ତୁହା କୁ ତୁହା ପବନ ଓ ବର୍ଷା ୨ ଦିନ ହେବେ ଲାଗିରହିଛି। ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଠାରେ ବୈତରଣୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଗମନା ଗମନ ଓ ପରିବହନ ବବ୍ୟସ୍ଥା ପ୍ରଭାବିତ ହୋଇଛି। ତେଣୁ ରାତି ୩ ଟାରୁ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝର ଠାରୁ କରଞ୍ଜିଆ ଯଶିପୁର, ବାରିପଦା, କଲିକତା ଓ ସେପଟୁ କେନ୍ଦୁଝର ଆଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜାତୀୟ ରାଜପଥ ୪୯ ର ଉଭୟ ପାର୍ଶ୍ୱ ରେ ଶହଶହ ଗାଡି ମୋଟର ଅଟକି ରହିଛି। ସେପଟେ ପାଟଣା ଢେଙ୍କିକୋଟ ରାସ୍ତାର ସ୍ବାମ ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପାଟଣା ଢେଙ୍କିକୋଟକୁ ଯୋଗାଯୋଗ ବିଛିନ୍ନ ହୋଇଛି। ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ ଅବିବାହିକା ଓ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏଥି ସହିତ ବାତ୍ୟା ୟାସ ପ୍ରଭାବ ରେ ବିଭିନ୍ନ ଅଞ୍ଚଳ ରେ ଅନେକ କଚ୍ଚା ଘର ଭାଙ୍ଗି ଯାଇଥିବା ସୁଚନା ମିଳିଛି।