ଜୁନ୍ ପହିଲାରୁ ବଦଳିଯିବ ୫ ନିୟମ

ଜୁନ୍ ପହିଲାରୁ ବଦଳିଯିବ ୫ ନିୟମ

ନୂଆଦିଲ୍ଲୀ ୨୮/୫: ଜୁନ୍ ପହିଲାରୁ ବଦଳିଯିବ ୫ ନିୟମ, LPG ଗ୍ୟାସ୍ ଠାରୁ ଇନକମ୍ ଟ୍ୟାକ୍ସ ଫାଇଲିଂ ପର୍ଯ୍ୟନ୍ତ ହେବ ଅନେକ ପରିବର୍ତ୍ତନ। ଏଥିରେ ବ୍ୟାଙ୍କିଙ୍ଗ, ଇନକମ୍ ଟ୍ୟାକ୍ସ, ଇ-ଫାଇଲିଂ ଠାରୁ ଗ୍ୟାସ୍ ସିଲିଣ୍ଡର ସହ ଅନେକ ନିୟମ ପରିବର୍ତ୍ତନ ହେବ। ଯାହାର ସିଧା ପ୍ରଭାବ ଆପଣଙ୍କ ଉପରେ ଏବଂ ଆପଣଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି । ଜୁନ ପହିଲାରୁ ବ୍ୟାଙ୍କ ଅଫ ବରୋଦାରେ ଚେକ୍ ପେମେଣ୍ଟର ଶୈଳୀ ପରିବର୍ତ୍ତନ ହେବ ।ପିପିଏଫ, ଏନଏସସି, କେଭିପି ଏବଂ ସୁକନ୍ୟା ସମୃଦ୍ଧି ଭଳି ସ୍ମଲ୍ ସେଭିଂସ୍ ସ୍କିମ୍ରେ ସୁଧହାରର ପରିବର୍ତ୍ତନ ଜୁନରେ ହେବ। ସରକାରଙ୍କ ପକ୍ଷରୁ ଏହି ପରିବର୍ତ୍ତନ ପ୍ରତି ୩ ମାସରେ ଥରେ କରାଯାଉଛି। ଗତ ୩୧ ମାର୍ଚ୍ଚରେ ଆର୍ଥିକ ବର୍ଷ ୨୦୨୦-୨୧ର ଅନ୍ତିମ ତ୍ରୈମାସିକ ଶେଷରେ ନୂଆ ସୁଧହାର ଜାରି କରାଯାଇଥିଲା। ଯାହାକୁ ୨୪ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରିନିଆଯାଇଥିଲା। ଏବେ ପୁଣି ୩୦ ଜୁନ୍ରେ ନୂଆ ସୁଧହାର ଲାଗୁ କରାଯିବ।ବ୍ୟାଙ୍କ ଅଫ ବରୋଦା ଗ୍ରାହକମାନଙ୍କ ପାଇଁ ୧ ଜୁନ ୨୦୨୧ରୁ ଚେକ୍ ପେମେଣ୍ଟ ପ୍ରକ୍ରିୟା ପରିବର୍ତ୍ତନ କରିବ। ଠକାମୀରେ ଶିକାର ହେବାରୁ ରକ୍ଷା କରିବାକୁ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କ ପଜିଟିଭ୍ ପେ କନଫର୍ମେସନ୍ ଲାଗୁ କରିବ। ତେବେ ଏହି ପରିବର୍ତ୍ତନ କେବଳ ୨ ଲକ୍ଷରୁ ଅଧିକ ଚେକ୍ ପେମେଣ୍ଟ ଉପରେ ଲାଗୁ ହେବ।ଜୁନ୍ ପହିଲାରୁ ଗ୍ୟାସ୍ ସିଲିଣ୍ଡର ଦାମରେ ପରିବର୍ତ୍ତନ ନେଇ ଅନୁମାନ କରାଯାଉଛି। ପ୍ରତି ମାସ ତୈଳ କମ୍ପାନୀ ପକ୍ଷରୁ ଏଲପିଜି ସିଳିଣ୍ଡର ଦାମ ଜାରି କରାଯାଉଛି। ବେଳେ ବେଳେ ମାସକରେ ଦୁଇ ଥର ଦାମ ପରିବର୍ତ୍ତନ ହୋଇଛି। ଏବେ ୧୪.୨ କେଜିର ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୦୯ ଟଙ୍କା ରହିଛି। ୧୯ କେଜିର ସିଲିଣ୍ଡର ଦାମ ମଧ୍ୟ ବଦଳିପାରେ। କିନ୍ତୁ ଏହା ନିଶ୍ଚିତ ନୁହେଁ ଯେ ଦାମରେ ପରିବର୍ତ୍ତନ ହେବ କି ନାହିଁ। କାନାରା ବ୍ୟାଙ୍କ ଓ୍ବେବସାଇଟ୍ରେ ଉଲ୍ଲେଖ ଥିବା ସୂଚନା ଅନୁସାରେ ଜୁଲାଇ ପହିଲାରୁ ବ୍ୟାଙ୍କର IFSC କୋଡ୍ ପରିବର୍ତ୍ତନ ହେବ । ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କୁ ନୂଆ ଆଇଏଫଏସସି କୋଡ୍ ୩୦ ଜୁନ୍ ପର୍ଯ୍ୟନ୍ତ ମିଳିବାର ସମ୍ଭାବନା ରହିଛି। ନୂଆ ଆଇଏଫଏସ୍ସି କୋଡ୍ ଜାଣିବା ପାଇଁ କାନାରା ବ୍ୟାଙ୍କର ଓ୍ବେବସାଇଟ୍ ଯାଇ ଜାଣିପାରିବେ ଗ୍ରାହକ । ତେବେ କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ ହୋଇସାରିଛି।୧ରୁ ୬ ଜୁନ୍ ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଇ-ଫାଇଲିଂ ପୋର୍ଟାଲ କାର୍ଯ୍ୟ କରିବ ନାହିଁ। ୭ ଜୁନ୍ରେ ବିଭାଗ ଟ୍ୟାକ୍ସ ପେୟର୍ସଙ୍କ ପାଇଁ ନୂଆ ପୋର୍ଟାଲ୍ ଲଞ୍ଚ କରିବ। ଆୟକର ନିର୍ଦେଶାଳୟ ଅନୁସାରେ ଆଇଟିଆର ଭରିବା ପାଇଁ ଅଧିକାରୀକ ଓ୍ବେବସାଇଟ୍ର ପରିବର୍ତ୍ତନ ହେବ। ୭ ଜୁନ୍ରୁ ଏହା http://INCOMETAX.GOV.IN ହୋଇଯିବ।